ଟାଟା ପାୱାର ଦ୍ୱାରା ଅଘୋଷିତ ବିଦ୍ୟୁତ କାଟ ଏବଂ ଦର ବୃଦ୍ଧି ପ୍ରତିବାଦରେ ଜିଲ୍ଲା ବିଜେପିର ପ୍ରତିବାଦ

ଢେଙ୍କାନାଳ, (ସୌମ୍ୟ ରଞ୍ଜନ ମହାନ୍ତି): କରୋନାର ଏହି ବିଷମ ପରିସ୍ଥିତି ସମୟରେ ସାଧାରଣ ଜନତା ନିଜର ରୋଜଗାର ପନ୍ଥା ହରାଇ ଚାପ ଗ୍ରସ୍ତ ଥିବା ସମୟରେ ବୋଝ ଉପରେ ଲଳିତା ବିଡା ସାଜିଛି ଟାଟା ପାୱାରର ମନମୁଖୀ କାର୍ଯ୍ୟ । ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ ଏବଂ ଦର ବୃଦ୍ଧି ଦ୍ୱାରା ଲୋକମାନେ ହନ୍ତସନ୍ତ ହେଉଥିବା ସମୟରେ ଏହାର ପ୍ରତିବାଦ ପାଇଁ ଆଗେଇ ଆସିଥିଲେ ଜିଲ୍ଲା ବିଜେପି କାର୍ଯ୍ୟକର୍ତା ମାନେ । ଆଜି ଟାଟା ପାଓ୍ବାର ବିରୋଦ୍ଧରେ ରାଜ୍ୟ ଏବଂ ଜିଲ୍ଲା ବିଜେପି କାର୍ଯ୍ୟକର୍ତା ମାନଙ୍କ ଦ୍ୱାରା ଟାଟା ପାଓ୍ବାରା ଦ୍ୱାରା ପରିଚାଳିତ ଗଁନ୍ଦିଆ, ଯୋରନ୍ଦା ଏବଂ ନିହଲପ୍ରସାଦ ସେକ୍ଟରକୁ ଘେରାଉ କରାଯାଇଥିଲା ।

ଏହି ଆନ୍ଦୋଳନରେ ଢେଙ୍କାନାଳ ଜିଲ୍ଲାର ସାଧାରଣ ସମ୍ପାଦକ ରତିକାନ୍ତ ସାହୁ, ନିହଲପ୍ରସାଦ ମଣ୍ଡଳ ସଭାପତି ପ୍ରଦିପ କୁମାର ଦାସ, ନିହଲପ୍ରସାଦ ମଣ୍ଡଳ ପ୍ରଭାରୀ ଚିତଲ କୁମାର ମହାନ୍ତି, ଜିଲ୍ଲା ଏସି ମୋର୍ଚ୍ଚାର ସଭାପତି ରାହୁଲ ରାଏ ମହାଳିକ, ଏସି ମୋର୍ଚ୍ଚାର ଉପ ସଭାପତି ସନ୍ତୋଷ ବେହେରା, ନିହଲ ପ୍ରସାଦ ମଣ୍ଡଳର ଓବିସି ମୋର୍ଚ୍ଚା ସଭାପତି ବୁଲୁ ବେହେରା, ଆସୁତୋଷ ଜେନା ଓ ଅନେକ ବିଜେପି କର୍ମୀଙ୍କ ସହିତ ସ୍ଥାନୀୟ ବାସିନ୍ଦା ମଧ୍ୟ ସାମିଲ ହୋଇଥିଲେ । ଭବିଷ୍ୟତରେ ଟାଟା କମ୍ପାନୀ ଓ ସରକାର ଏହାର ଉଚିତ୍ ପଦକ୍ଷେପ ନନିଅନ୍ତି ତା’ହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଜିଲ୍ଲା ଏବଂ ଗଁନ୍ଦିଆ ବିଜେପି ତରଫରୁ କୁହାଯାଇଛି ।

Leave a Reply

Your email address will not be published.