ସହାୟତାର ହାତ ବଢାଇଲେ କିନ୍ନର

ଭୂବନେଶ୍ବର: ଉତ୍ତର ଭୁବନେଶ୍ୱର ବରିମୁଣ୍ଡ ପଞ୍ଚାୟତ ୧୧ ନମ୍ବର ୱାର୍ଡ ଭୋଇ ସାହିରେ ମଙ୍ଗଳ ବାର ଦିନ ଓଡିଶା କିନ୍ନର ମହାସଂଘର ଉପସଭାପତି ସ୍ବୀଟି ସାହୁ ଓ ନାଁ ସାଥିମାନେ ଆସି ଏକ ଅସହାୟ ଗରିବ ପରିବାରକୁ ସହାୟତାର ହାତ ବଢାଇଛନ୍ତି । ଉକ୍ତ ପରିବାରକୁ ସଂଘ ତରଫରୁ ଆର୍ଥିକ ସହାୟତା ସହ ରାସନ ସାମଗ୍ରୀ ଯୋଗାଇ ଦେଇଥିଲେ ।

ଖବର ଅନୁଯାୟୀ ଭୂବନେଶ୍ଵର ବ୍ଲକ ଅନ୍ତର୍ଗତ ଉତ୍ତର ଭୁବନେଶ୍ୱର ବରିମୁଣ୍ଡ ପଞ୍ଚାୟତର ୧୧ ନମ୍ବର ୱାର୍ଡ ବରିମୁଣ୍ଡ ଭୋଈସାହିରେ ରୁହନ୍ତି ୫୭ବର୍ଷୀୟ ଗୁଣ୍ଡିଚି ଭୋଇ । ପରିବାର କହିଲେ ତାଙ୍କର ବୃଦ୍ଧା ବାପା ଯାହାଙ୍କ ବୟସ ୧୦୦ ରୁ ଉର୍ଦ୍ଧ୍ବ ହେବ । ଆଉ ସ୍ତ୍ରୀ, ଦୁଇ ଭଣଜା ଓ ଭଉଣୀକୁ ମିଶାଇ ୭ ଜଣଙ୍କୁ ନେଇ ଗରିବ ପରିବାରଟିଏ । ଗୁଣ୍ଡୁଚି ଦିନ ମଜୁରିଆ ଭାବରେ ଆର ତାର ବିଲ ବାଡ଼ିରେ ମୂଲ ଲାଗି ଚଳନ୍ତି । ଯେଉଁଦିନ କାମ ମିଳିଲା ସେଦିନ କାମକୁ ଗଲେ, କାମ ନମିଳେ ସେଦିନ ରୋଜଗାର ବନ୍ଦ । ଏଥିରେ ପୁଣି ସେହି ୭ ଜଣଙ୍କ ସହ ଆଉ ଗୋଟେ ଗରିବ ଭଉଣୀର ୨ ଝିଅ ବି ତାଙ୍କ ମୁଣ୍ଡରେ ବନ୍ଧା । ଏହି ଅବସ୍ଥା ମଧ୍ୟରେ ଚଳିବା ଭିତରେ ପରିବାରକୁ ଖରା ବର୍ଷ ଶୀତରୁ ରକ୍ଷା କରିବା ପାଇଁ ଖଣ୍ଡେ ଛପର କି ଛାତ ଘରଟିଏ କରିବାକୁ ସେ ଅସମର୍ଥ ବୋଲି ଦୁଃଖର ସହ ପ୍ରକଶ କରିଛନ୍ତି ।

ଘର କଥାତ ବହୁ ଦୂରରେ, ଦି ଓଳି ଗଣ୍ଡେ ଖାଇବାକୁ ମଧ୍ୟ ଯୋଗାଡ଼ କରିବା ତାଙ୍କ ପାଇଁ ସମ୍ଭବ ହେବା ବଡ କଷ୍ଟ ହୋଇପଡିଛି । ଦୀର୍ଘଦିନ ହେବ ପଲିଥିନ ଘୋଡେଇ କରି ରହୁଛନ୍ତି ।‌ ଏହି ଖବର ଜାଣି ଆଜି ଓଡିଶା କିନ୍ନର ମହାସଂଘର ଉପସଭାପତି ସ୍ବୀଟି ସାହୁ, ମୋହିନୀ ଓ ଅନ୍ୟ ସାଥିମାନେ ଆସି ସେମାଙ୍କ ଦୁଃଖ ବିଷୟରେ ପଚାରି ବୁଝିଥିଲେ । ଏଥିସହିତ ତାଙ୍କ ପରିବାର ପାଇଁ ପ୍ରାୟ ଦୁଇ ତିନି ମାସର ରାସନ ସାମଗ୍ରୀ ଯଥା ଡାଲି, ଚାଉଳ, ଅଟା, ତେଲ, ପିଆଜ ଓ ଆଳୁ ଆଦି ସାମଗ୍ରୀ ଦେଇଥିଲେ । ପରିବାର ଅତି ଆବଶ୍ୟକୀୟ ଖର୍ଚ୍ଚ ପାଇଁ ୫୦୦୦ ଟଙ୍କା ମଧ୍ୟ ସହାୟତା ପ୍ରଦାନ କରିଥିଲେ । ଏଥିସହ ସେହି ପରିବାରର ରହିବାର ସୁବିଧାକୁ ଦୃଷ୍ଟିରେ ରଖି ଆଗାମୀ ଦିନରେ ତାଙ୍କ ପାଇଁ ପକ୍କା ଘରର ବ୍ୟବସ୍ଥା କରିବା ପାଇଁ ପ୍ରତିଶୃତି ଦେଇଥିବା ନେଇ ପରିବାର ମୁଖ୍ୟ ଗୁଣ୍ଡିଚି ଭୋଇ କହିହଛନ୍ତି ।

ସ୍ବୀଟି ସାହୁ କହିଛନ୍ତିଯେ, ଏହି ପରିବାର ସୁବିଧା କିପରି ହେବ ସେଥିପାଇଁ ଦରକାର ହେଲେ ସେମାନେ ଜିଲ୍ଲାପାଳଙ୍କ ସହ ପ୍ରଶାସନର ସହାୟତା ନେବାକୁ ଚେଷ୍ଟା କରିବେ । ସ୍ଥାନୀୟ ସମାଜ ସେବି ବିଚିତ୍ରାନନ୍ଦ ଏହାର ତଦନ୍ତ କରାଯାଇ, ଯେଉଁମାନେ ଗୁଣ୍ଡିଚାଙ୍କ ନାମରେ ଚଞ୍ଚକତା କରି ଟଙ୍କା ଆତ୍ମସାତ କରିଛନ୍ତି ତାଙ୍କ ଉଚିତ ପଦକ୍ଷପ ନିଆଯାଉ ବୋଲି ମତ ଦେଇଛନ୍ତି ।

Leave a Reply

Your email address will not be published.