ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ

କଟକ,(ନାଗରାଜ ନ୍ୟୁଜ): କଟକ ଆଜି ଜାତୀୟ ଗଣମାଧ୍ୟମ ଦିବସ। ପ୍ରତିବର୍ଷ ସମଗ୍ର ଦେଶରେ ନଭେମ୍ବର ୧୬ ତାରିଖ ଦିନ ଜାତୀୟ ଗଣମାଧ୍ୟମ ଦିବସ ପାଳନ କରାଯାଇଥାଏ। ଇଂରେଜ ଶାସନ ଅମଳରେ ୧୯୮୯ ମସିହାରେ ବମ୍ବେରେ ସର୍ବପ୍ରଥମ ଦି ବମ୍ବେ ହେରାଲ୍ଡ ପ୍ରକାଶ ପାଇଥିଲା। ଏବେ ଦେଶରେ ଶହ ଶହ ସଂଖ୍ୟାରେ ସମ୍ବାଦପତ୍ର ପ୍ରକାଶ ପାଉଛି। କଟକ ଜିଲ୍ଲା ଲୋକସମ୍ପର୍କ ଓ ଜିଲ୍ଲା ସୂଚନା କାର୍ଯ୍ଯାଳୟ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ଯାଳୟ ସ୍ଥିତ ସଦଭାବନା ହଲରେ ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଛି। ରାଷ୍ଟ୍ର ନିର୍ମାଣରେ ଗଣମାଧ୍ୟମର ଭୂମିକା ଶୀର୍ଷକ ବିଷୟବସ୍ତୁକୁ ନେଇ ଆଲୋଚନା କରଯାଇଥିଲା। ଏହି ଆଲୋଚନାଚକ୍ରରେ ମେୟର ଶ୍ରୀ ସୁବାସ ସିଂ ଏବଂ ଜିଲ୍ଲାପାଳ ଶ୍ରୀ ଭବାନୀ ଶଙ୍କର ଚଇନି ଅତିଥି ଭାବରେ ଯୋଗଦେଇ କହିଲେ ଭାରତୀୟ ଗଣତନ୍ତ୍ର ବ୍ୟବସ୍ଥାରେ ଗଣମାଧ୍ୟମର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ଗଣମାଧ୍ୟମ ହିଁ ଗଣତନ୍ତ୍ରର ସୁରକ୍ଷାର ରକ୍ଷାକବଚ ଏବଂ ଗଣତନ୍ତ୍ରକୁ ସୁଦୃଢ କରିବାପାଇଁ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ। ସେହିଭଳି ଗଣମାଧ୍ୟମକୁ ସୁରକ୍ଷା ଯୋଗାଇଦେବା କ୍ଷେତ୍ରରେ ସରକାର ବିଭିନ୍ନ ନୀତି ପ୍ରଣୟନ କରିଛନ୍ତି। ସରକାରୀ ହେଉ ବା ବେସରକାରୀ ସ୍ତରର ହେଉ ଦୋଷ ଦୁର୍ବଳତା ଏବଂ ଅନିୟମିତତା ଲୋକଲୋଚନକୁ ଆଣିଲେ ସରକାରଙ୍କ ପକ୍ଷରୁ ଏହା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ। ତେଣୁ ଗଣମାଧ୍ୟମ ହିଁ ସମାଜର ଦୋଷ ଦୁର୍ବଳତାକୁ ଲୋକଲୋଚନକୁ ଆଣିପାରିବ। ଗଣମାଧ୍ୟମକୁ ସୁରକ୍ଷା ଯୋଗାଇଦେବା ପାଇଁ ଭାରତ ସରକାରଙ୍କ ପକ୍ଷରୁ ୧୯୬୬ ମସିହାରେ ଜାତୀୟ ପ୍ରେସ କାଉନସିଲ ଗଠନ କରାଯାଇଛି। ଏହି କାଉନସିଲ ଗଣମାଧ୍ୟମକୁ ସୁରକ୍ଷା ଯୋଗାଇ ଦେଇଆସୁଛି। ରାଜ୍ୟ ବା ରାଷ୍ଟ୍ର ଗଠନରେ ଗଣମାଧ୍ୟମର ପ୍ରମୁଖ ଭୂମିକା ରହିଛି। ତେଣୁ ଗଣମାଧ୍ୟମ ସମାଜର ହିତ ଦୃଷ୍ଟିରୁ ଏହାର ପ୍ରଚାର ଓ ପ୍ରସାର କରିବା ଆବଶ୍ୟକତା ରହିଛି। ପ୍ରାରମ୍ଭରେ ଜିଲ୍ଲା ଲୋକସମ୍ପର୍କ ଅଧିକାରୀ ଶ୍ରୀ ଲଲାଟେନ୍ଦୁ ମହାପାତ୍ର କାର୍ଯ୍ୟକ୍ରମର ସୂଚନା ଦେଇ ଗଣମାଧ୍ୟମକୁ ଯୋଗାଇ ଦିଆଯାଉଥିବା ସ୍ୱାସ୍ଥ୍ୟ ବୀମା ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। କେତେକ ଗଣମାଧ୍ୟମ ପ୍ରତିନିଧି ମଧ୍ୟ ଏହି ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ପ୍ରେସ ସ୍ଵାଧୀନତା ଉପରେ ଆଲୋକପାତ କରିଥିଲେ।

Leave a Reply

Your email address will not be published.