ବହୁ ପୁରାତନ ମୂଲ୍ୟବାନ ଐତିହ୍ୟ ମୂର୍ତ୍ତି ଚୋରି

ପୁରୀ,(ନାଗରାଜ ନ୍ୟୁଜ): ପୁରୀ ସଦର ଗଡ଼ମୃଗସିରା ପଞ୍ଚାୟତର ଅଳପୁର ଗ୍ରାମର ନାରାୟଣ ଦେବ ମନ୍ଦିରରୁ ବହୁ ପୁରାତନ ମୂଲ୍ୟବାନ ଐତିହ୍ୟ ମୂର୍ତ୍ତି ଗତ କାଲି ରାତିରେ ଚୋରି ହୋଇଯାଇଛି. ଲଷ୍ମୀନାରାୟଣ ମୂର୍ତ୍ତି, ଚନ୍ଦ୍ରଶେଖର ମୂର୍ତ୍ତି, ଦୁର୍ଗା ମୂର୍ତ୍ତି, ନୃସିଂହ ମୂର୍ତ୍ତି ସହ ଦେବା ଦେଵୀ ଙ୍କ ଅଳଙ୍କାର କିରଟି, ହାର ପ୍ରମୁଖ ଚୋରି ଯାଇଛି ବୋଲି ମନ୍ଦିର ପୂଜକ ଆର୍ତ୍ତତ୍ରାଣ ପଣ୍ଡା ସୂଚନା ଦେଇଛନ୍ତି . ଏନେଇ ଗ୍ରାମବାସୀ ମାନେ ଚନ୍ଦନପୁର ଥାନାରେ ଏତଲା ଦେବା ସହ ଯଥାଶୀଘ୍ର ଚୋରି ଯାଇଥିବା ଦେବା ଦେବୀଙ୍କ ମୂର୍ତ୍ତି ଓ ଅଳଙ୍କାର ସହ ଚୋର କୁ ପୋଲିସ ଧରିବ ବୋଲି ଅସବ୍ୟକ୍ତ କରିଛନ୍ତି.

Leave a Reply

Your email address will not be published.