ଜନ ସମ୍ପର୍କ ପଦଯାତ୍ରାର ଆଜି ଶେଷ ଦିନ

ପୁରୀ,(ନାଗରାଜ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନ କ୍ରମେ ପବିତ୍ର ଗାନ୍ଧୀ ଜୟନ୍ତୀରୁ ଚାଲିଥିବା ରାଜ୍ୟବ୍ୟାପୀ ଜନ ସମ୍ପର୍କ ପଦଯାତ୍ରାର ଆଜି ଶେଷ ଦିନରେ ପୁରୀରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ପୁରୀ ରେ ବିଜେଡି ର ହୋଇଛି ଦୁଇ ଫାଟ । ଦିନକୁ ଦିନ ବଢି ଚାଲିଛି ଗୋଷ୍ଠୀ କନ୍ଦଳ । ବାସ୍ତବିକ ଚିତ୍ର କରୁଛି ବୟାନ । ପୁରୀ ସହରରେ କିଛି ଦିନ ତଳେ ଯୁବ ନେତା ଶୁଭାଶିଷ ଖୁଣ୍ଟିଆ କରିଥିଲେ ବିଶାଳ ପଦଯାତ୍ରା ସାମିଲ ହୋଇଥିଲେ ହଜାର ହଜାର କର୍ମୀ । ଅନ୍ୟପକ୍ଷରେ ଆଜି ପୂର୍ବତନ ମନ୍ତ୍ରୀ ମହେଶ୍ବର ମହାନ୍ତି ଠିକ ସେହିପରି ପଦଯାତ୍ରା ଅନୁଷ୍ଠିତ କରିଛନ୍ତି । ମହେଶ୍ବର ତାଙ୍କର ହଜାର ହଜାର ସମର୍ଥକଙ୍କ ସହ ବଡ଼ଦାଣ୍ଡରେ ବିରାଟ ଶୋଭାଯାତ୍ରା ଦେଖି ଶିଖି ଆୟୋଜନ କରିଛନ୍ତି। ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ବାର୍ତ୍ତା ଦେଇ ହଜାର ହଜାର ମହିଳା, ଯୁବ, ଛାତ୍ର ଏଥିରେ ସାମିଲ ହୋଇଥିଲେ।

ଶରଧାବାଲିରେ ପଦଯାତ୍ରା ପହଞ୍ଚିବା ପରେ ମୁକ୍ତାକାଶ ରଙ୍ଗମଞ୍ଚରେ ବିଶାଳ ସଭା ଅନୁଷ୍ଠିତ ହୋଇଥିଲା। ବିଜେଡ଼ି ଜିଲ୍ଲା ସଭାପତି ମହେଶ୍ବର ମହାନ୍ତିଙ୍କ ନେତୃତ୍ୱରେ ଆୟୋଜିତ ଏହି ପଦଯାତ୍ରାରେ ପୁରୀ ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୨୨ ପଞ୍ଚାୟତ ଓ ପୁରୀ ପୌରପାଳିକାର ୩୨ଟି ୱାର୍ଡରେ ବିଜେଡି ଓ ମୁଖ୍ୟମନ୍ତ୍ରୀଙ୍କ ନୀତି, ଆଦର୍ଶକୁ ଭଲ ପାଉଥିବା ଶୁଭେଚ୍ଛୁ ଓ ସମର୍ଥକ ମାନେ ସାମିଲ ହୋଇ ନବୀନ ପଟ୍ଟନାୟକଙ୍କ ଜିନ୍ଦାବାଦ ସ୍ଲୋଗାନ ଦେଇଥିଲେ। ଆଗାମୀ ଦିନରେ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନକୁ ଆହୁରି ମଜବୁତ୍ କରିବା ଓ ତୃଣମୂଳ ସ୍ତରରେ ଲୋକଙ୍କୁ ସେବା ଓ ସହଯୋଗ ଯୋଗାଇଦେବା ଲାଗି ଶପଥ ପାଠ କରାଯାଇଥିଲା।

Leave a Reply

Your email address will not be published.