ଜିଲ୍ଲାସ୍ତରୀୟ ଉଦ୍ୟମ କର୍ମଶାଳା ଉଦଘାଟିତ

କଟକ,(ନାଗରାଜ ନ୍ୟୁଜ): କଟକ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ଆନୁକୂଲ୍ୟରେ ଜିଲ୍ଲାର ସମସ୍ତ ବ୍ଲକର ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ସାଧନକର୍ମୀ ମାନଙ୍କର “ଉଦ୍ୟମ ” ସମ୍ପର୍କିତ ଏକ ପଞ୍ଚଦିବସୀୟ ଆବାସିକ ପ୍ରଶିକ୍ଷଣ ଶିବିର ଖାନ ନଗର ହାଇସ୍କୁଲ ଠାରେ ଉଦଘାଟିତ ହୋଇଯାଇଛି । ମାର୍ଚ୍ଚ ୮ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରକୁ କଟକ ସଦର ବ୍ଲକ ଶିକ୍ଷା ଅଧିକାରୀ ଶ୍ରୀମତୀ ସରସ୍ବତୀ କାନୁନଗୋ ଉଦଘାଟନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ, ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ଅନନ୍ତ ଚରଣ ଦେହୁରୀ, ଅନ୍ତର୍ନିବେଶି ଶିକ୍ଷା ସଂଯୋଜକ ଚିତ୍ତରଞ୍ଜନ ପଣ୍ଡା ପ୍ରମୁଖ ବିଶିଷ୍ଟ ଅତିଥି ଭାବେ ଯୋଗଦାନ କରି ଉପସ୍ଥିତ ୩୬ ଜଣ ଗୋଷ୍ଠୀ ସାଧନ କର୍ମୀଙ୍କୁ ସକାରାତ୍ମକ ମନଭାବ ନେଇ ତାଲିମ କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରିବା ସହିତ ତାଲିମ ସମୟର ଅନୁଭୂତି କୁ କର୍ମକ୍ଷେତ୍ରରେ ପ୍ରୟୋଗ କରିବାପାଇଁ ପରାମର୍ଶ ଦେଇ ଉତ୍ସାହିତ କରିଥିଲେ । ଜାତୀୟ ଶିକ୍ଷାନୀତି ଲକ୍ଷ୍ୟ ଓ ଉଦ୍ଦେଶ୍ୟ ତଥା ଜାତୀୟ ଶିକ୍ଷା ପ୍ରଶିକ୍ଷଣ ଓ ଗବେଷଣା ପରିଷଦ ପ୍ରସ୍ତୁତ ଭିନ୍ନକ୍ଷମ ଙ୍କୁ ଯାଞ୍ଚତାଲିକା କରିବା ସମ୍ପର୍କରେ ସୂଚନା ଦିଆଯିବା ସହିତ ଏହାର କାର୍ଯ୍ୟନ୍ୱୟନ ସମ୍ପର୍କରେ ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଛି । ଏହି ପଞ୍ଚଦିବାସୀୟ ପଶିକ୍ଷଣ ଶିବିରକୁ ସାଧନକର୍ମୀ ଭାବରେ ସବିତା ପଣ୍ଡା, ଦୀନବନ୍ଧୁ ଦଳାଇ ଓ ଗଣେଶ୍ୱର ନାୟକ ପରିଚାଳନା କରୁଛନ୍ତି ।

Leave a Reply

Your email address will not be published.