ଜିଲ୍ଲାସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ

ଜିଲ୍ଲା ବିଦ୍ୟାଳୟ କ୍ରୀଡା ସମିତି ଏବଂ ଜିଲ୍ଲା ଶିକ୍ଷା କଟକ ଆନୁକୂଲ୍ୟରେ ସ୍ଥାନୀୟ ବିଡାନାସୀ ଖେଳପଡିଆ ଠାରେ ଆଜି ଠାରୁ 7 ଦିନ ବ୍ୟାପି ଫିଫା 17 ବର୍ଷରୁ କମ ବାଳିକା ଓ ବାଳକ ମାନଙ୍କର ଜିଲ୍ଲା ସ୍ତରୀୟ ଆନ୍ତଃ ବିଦ୍ୟାଳୟ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି l ଏହି ପ୍ରତିଯୋଗିତା ରେ କଟକ ଜିଲ୍ଲାର 14 ଟି ବ୍ଲକର 17 ବର୍ଷରୁ କମ୍ ବାଳିକା ଓ ବାଳକ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଛନ୍ତି l ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଫୁଟବଲ ଖେଳକୁ ଲୋକ ପ୍ରିୟ କରିବା ଏବଂ ବିଦ୍ୟାଳୟ ସ୍ତରରେ ଫୁଟବଲ ଖେଳର ପ୍ରଚାର ଓ ପ୍ରସାର ପାଇଁ ଦେଇଥିବା ଆହ୍ୱାନ କୁ ଲକ୍ଷ୍ୟ ରଖି ଏହି ଭଳି ପ୍ରତିଯୋଗିତା ଆୟୋଜନ କରାଯାଇଛି l ଆଜି ବିଡାନାସୀ ପଡିଆ ଠାରେ ଏକ ଆକର୍ଷଣୀୟ କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରତିଯୋଗିତା କୁ କଟକ ମେୟର ଶ୍ରୀ ସୁବାଷ ସିଂ ଅନୁଷ୍ଠାନିକ ଭାବରେ ପ୍ରତିଯୋଗିତା କୁ ଉଦ୍ଘାଟନ କରି କହିଲେ ଯେ ଫୂଟବଲ ଖେଳ ହେଉଛି ଏକ ଲୋକ ପ୍ରିୟ ଖେଳ l ରାଜ୍ୟ ସରକାର ଚଳିତ ବର୍ଷ 17ବର୍ଷ ରୁ କମ ବାଳିକା ମାନଙ୍କର ଫିଫା ଆନ୍ତର୍ଜାତିକ ଫୂଟବଲ ଖେଳ ଆୟୋଜନ କରିଛନ୍ତି ତେଣୁ ସରକାର ଫୂଟବଲ ଖେଳ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି l ଫୂଟବଲ ଏଭଳି ଏକ ଖେଳ ଯେଉଁ ଖେଳ ଦର୍ଶକ ଏବଂ ଖେଳାଳୀ ଙ୍କୁ ଆନନ୍ଦ ଭରିଦିଏ l ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକ କାର୍ଯ୍ୟ କ୍ରମରେ ସଭାପତିତ୍ୱ କରିଥିଲେ l ଫୂଟବଲ ସଂଘର ସଭାପତି ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତ ରାୟ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼କ୍ଟର ସନ୍ତୋଷ କୁମାର ରାଉତ, ସୋନାମିକା ରାୟ, ଦୀପ୍ତିମୟୀ ଶୁଭଦର୍ଶିନୀ, ଜିଲ୍ଲା କ୍ରୀଡା ଅଧିକାରୀ ରଶ୍ମିରଂଜନ ସାମନ୍ତ ରାଏ, ପୂର୍ବତ୍ତନ ଜାତୀୟ ମହିଳା ଫୂଟବଲ ଖେଳ ପ୍ରଶିକ୍ଷକ ମହମ୍ମଦ ସାହିଦ ଜାବାର ଅତିଥି ଭାବେ ଯୋଗ ଦେଇ ଫୂଟବଲ ଖେଳ ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ l ପ୍ରାରମ୍ଭ ରେ ବିଶ୍ୱନାଥ ମିଶ୍ର ଙ୍କ ର ନିର୍ଦେଶନା ରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା l ବାଳକ ଓ ବାଳିକା ମାନଙ୍କ ମାର୍ଚ୍ଚଫାଷ୍ଟ ରେ ଅତିଥି ବୃନ୍ଦ ଅଭିବାଦନ ଗ୍ରହଣ କରଥିଲେ l ପ୍ରାରମ୍ଭ ରେ ଜିଲ୍ଲା କ୍ରୀଡା ଶିକ୍ଷା ଅଧିକାରୀ ସୌଦାମିନୀ ଦାସ ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ।ଶେଷରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଅକ୍ଷୟ କୁମାର ନନ୍ଦ ଧନ୍ୟବାଦ ଦେଇଥିଲେ l ଏହି କାର୍ଯ୍ୟ କ୍ରମକୁ ଖାନ ନଗର ହାଇସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ କୁମାର ଷଡଙ୍ଗୀ, ଝାଡେଶ୍ୱର ପୁର ହାଇସ୍କୁଲ ପ୍ରଧାନ ଶିକ୍ଷକ ଚୌଧୁରୀ ରମାକାନ୍ତ ପ୍ରହରାଜ, ରେଲୱେ ହାଇସ୍କୁଲ ପ୍ରଧାନ ଶିକ୍ଷକ ସୁକାନ୍ତ ଚନ୍ଦ୍ର ଷଡଙ୍ଗୀ, ଜେ ଆର ସି ଓ ମିହିର କୁମାର ପରିଡ଼ା ଙ୍କ ସମେତ ଜିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ଓ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ .

Leave a Reply

Your email address will not be published.