ଦାବି ପୂରଣ ନହେଲେ କଟକ ବାଲିଯାତ୍ରାରେ ଭାଗ ନେବେ ନାହିଁ ବ୍ୟବସାୟୀ

କଟକ,(ନାଗରାଜ ନ୍ୟୁଜ): ଆଉ ମାତ୍ର କିଛିଦିନ ପରେ ଅନୁଷ୍ଠିତ ହେବ କଟକ ର ଐତିହାସିକ ବାଲିଯାତ୍ରା। ଗତ ଦୁଇବର୍ଷ ଧରି କୋଭିଡ଼ କଟକଣା ପାଇଁ ପାଇଁ ବାଲିଯାତ୍ରା ବନ୍ଦ ଥିବା ହେତୁ ଚଳିତ ବର୍ଷ ବେଶ୍ ଜାକଜମକରେ ପାଳନ ହେବା ଆଶା ରହିଥିବା ବେଳେ ଏବେ ବିବାଦ ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି। କେମିତି ହେବ ବାଲିଯାତ୍ରା ତାହାକୁ ନେଇ ଉଠିଲାଣି ବଡ ପ୍ରଶ୍ନ। ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପ୍ଲଟ ବୁକିଂ ପାଇଁ ଟେଣ୍ଡର ଆରମ୍ଭ ହୋଇଯାଇଥିବା ବେଳେ ଏବେ ଏହାକୁ ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ। କାରଣ ଯେଉଁ ପ୍ଲଟ ଗୁଡ଼ିକୁ ଆଗରୁ ବ୍ୟବସାୟୀ ମାନେ ନେଇ ବ୍ୟବସାୟ କରି ଆସୁଥିଲେ କିନ୍ତୁ ଚଳିତ ବର୍ଷ ସେମାନଙ୍କୁ ପ୍ରାଧାନ୍ୟ ଦିଆଯାଉନାହିଁ । ସମସ୍ତ ପ୍ଲଟ କୁ ଟେଣ୍ଡର ରେ ଆକାଶ ଛୁଆଁ ରେଟ ରେ ବିକ୍ରି କରାଯାଉଛି। ଯାହା ଏବେ କ୍ଷୁଦ୍ର ତଥା ପୁରୁଣା ବ୍ୟବସାୟୀ ମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ଏହାକୁ ବିରୋଧ କରିବା ସହ ପୁରୁଣା ପ୍ରଥାରେ ପ୍ଲଟ ବିକ୍ରି କରିବା ପାଇଁ ବ୍ୟବସାୟି ସଂଘ ପକ୍ଷରୁ ଦାବି କରାଯାଇଛି । ଯଦି ଜିଲ୍ଲା ପ୍ରଶାସନ ବ୍ୟବସାୟୀଙ୍କ ଦୁଃଖ ନବୁଝେ ତେବେ ଚଳିତବର୍ଷ ବାଲିଯାତ୍ରା ରୁ ବାଲିଯାତ୍ରା ବ୍ୟବସାୟୀ ମିଳିତ ମଞ୍ଚ ଅଧୀନରେ ଥିବା ସମସ୍ତ ବ୍ୟବସାୟୀ ଟେଣ୍ଟ ମାଲିକ ସଂଘ, ମୀନା ବଜାର ସଂଘ ,ଦୋଳି ସଂଘ ,ବ୍ୟବସାୟୀ ସଂଘ ଆଦି ଓହରି ଯିବାକୁ ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published.