ସାମ୍ବାଦିକ ସମ୍ମିଳନୀରେ ଯୋଗଦେଲେ ଜିଲ୍ଲା ପ୍ରତିନିଧି

ବାଲେଶ୍ଵର,(ନାଗରାଜ ନ୍ୟୁଜ): ନୂତନ ବର୍ଷ ୨୦୨୨ ଉପଲକ୍ଷେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ, ସୋର-କୁପାରୀ ରାଜ୍ୟ ରାଜପଥ ପାର୍ଶ୍ଵ ଦେଉଳି ଛକ ନିକଟରେ ଥିବା ଏସ ଆର କମ୍ପାନୀର ପରିଚାଳକ ଇଂ ରାଜେଶ କୁମାର ମହାକୁଡ଼ଙ୍କ ଆହ୍ୱାନ କ୍ରମେ ଏକ ସାମ୍ବାଦିକ ସମ୍ମିଳନୀ କମ୍ପାନୀ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଖଇରା ବ୍ଲକ ଦୈନିକ ଖବରକାଗଜ ସମାଜର ପ୍ରତିନିଧି ତଥା ବ୍ଲକର ବରିଷ୍ଠ ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ ସଭାପତିତ୍ୱ କରିଥିଲେ । ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ ତପଧନ ବାରିକ । ପ୍ରଥମେ ନୂତନ ବର୍ଷ ଉପଲକ୍ଷେ ସମ୍ମିଳିତ ସାମ୍ବାଦିକ ମାନଙ୍କ ଉଦ୍ଦେଶ୍ୟରେ ଇଂ ଶ୍ରୀଯୁକ୍ତ ମହାକୁଡ଼ ବକ୍ତବ୍ୟ ରଖିଥିଲେ । ପରେ ପରେ ସାମ୍ବାଦିକ ରାମଚନ୍ଦ୍ର ଦାସ ନିଜସ୍ୱ ଅନୁଭୂତିରୁ ସମ୍ୟକ ବକ୍ତବ୍ୟ ପ୍ରଦାନ କରିଥିଲେ । ଖବରପାଇ ବାଲେଶ୍ଵର ଜିଲ୍ଲା ପ୍ରତିନିଧି ନରେନ୍ଦ୍ର ପ୍ରସାଦ ବେହେରା ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଲୋକ ପଣ୍ଡା, ବିସ୍ମୟ ବେହେରା, ତ୍ରିଲୋଚନ ଉପାଧ୍ୟାୟ, ଆନନ୍ଦ କୁମାର ବେହେରା, ଦୁର୍ଗା ଓଝା, ବୁଲୁ ଲେଙ୍କାଙ୍କ ସମେତ ପ୍ରାୟ ୨୦ରୁ ଅଧିକ ଜିଲ୍ଲା ଓ ବ୍ଲକ ସ୍ତରୀୟ କାର୍ୟ୍ୟରତ ସାମ୍ବାଦିକମାନେ ଯୋଗ ଦେଇଥିଲେ । ସମସ୍ତଙ୍କୁ ଇଂ ଶ୍ରୀଯୁକ୍ତ ମହାକୁଡ଼ ନୂତନ ବର୍ଷର ଅଭିନନ୍ଦନ ଜଣାଇବା ସହିତ ଡାଇରି ଓ କଲମ ପ୍ରଦାନ କରିଥିଲେ । ଶେଷରେ ସମସ୍ତେ ଏକତ୍ରିତ ହୋଇ ଭୋଜନ କରି ଶାନ୍ତି ମନରେ ଘରକୁ ଫେରିଥିଲେ । ପ୍ରତିବର୍ଷ ପରି ଚଳିତବର୍ଷ ଶ୍ରୀଯୁକ୍ତ ଇଂ ମହାକୁଡ଼ଙ୍କ ଆୟୋଜନ ସମସ୍ତଙ୍କ ମନରେ ହସ ଖୁସି ଓ ଆନନ୍ଦ ଭରିଦେଇଥିଲା ।

Leave a Reply

Your email address will not be published.