ବିଳମ୍ବିତ ରାତିରେ ସ୍କାଏଲାଇଟ୍ ଭାଙ୍ଗି ଗହଣା ଦୋକାନରୁ ଚୋରି

ଖଇରା, (ନାଗରାଜ ନ୍ୟୁଜ): ବିଳମ୍ବିତ ରାତିରେ ସ୍କାଏଲାଇଟ୍ ଭାଙ୍ଗି ଗହଣା ଦୋକାନରୁ ଚୋରି । ଚୋରି ବେଳର ଦୃଶ୍ୟ ସିସି ଟିଭିରେ କଏଦ ହୋଇଛି । ବାଲେଶ୍ୱର ଜିଲ୍ଲା ସୋର ବଡଖୁରି ଛକ ନିକଟରେ ଥିବା ଏମଏମ ଜୁଏଲେରିରୁ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୁତ୍ତ ସ୍କାଏଲାଇଟ୍ ଭାଙ୍ଗି ଗହଣା ଚୋରି କରି ନେଇଛନ୍ତି । ଦେଢ କେଜି ରୂପା ଗହଣା ଓ ନଗଦ ୬ହଜାର ୭୫୦ ଟଙ୍କା ଚୋରି ହୋଇଛି । ଦୋକାନ ଭିତରେ ଥିବା ସିସିଟିଭି କ୍ୟମେରା ଓ ଏକ ଟିଭିକୁ ଭାଙ୍ଗି ଦେଇଛନ୍ତି ଦୁର୍ବୁତ୍ତ। ଏନେଇ ସୋର ଥାନାରେ ଅଭିଯୋଗ ହେବା ପରେ ସୋର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

Leave a Reply

Your email address will not be published.