ବାରଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ବ୍ଲକ କଂଗ୍ରେସ ପକ୍ଷରୁ ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ । ଦଳୀୟ ସମର୍ଥକ ପ୍ରାର୍ଥୀମାନେ ଯେଭଳି ଜିତାପଟ୍ ମାରିବେ ସେଥିପାଇଁ ରଣନୀତି ପ୍ରସ୍ତୁତ କରାଯିବା ସହ ପ୍ରାର୍ଥୀ ଚୟନ କରାଯାଇଛି । ରବିବାର ଫକୀରପଡା ଗ୍ରାମର ଶନି ମନ୍ଦିର ପରିସରରେ କଂଗ୍ରେସ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ କରାଯାଇଥିଲା । ଏଥିରେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ବାଙ୍କୀ ବିଧାୟକ ଦେବାଶିଷ ପଟ୍ଟନାୟକ ଯୋଗଦେଇଥିଲେ । ଦଳୀୟ ପ୍ରାର୍ଥୀମାନେ ଯେପରି ନିର୍ବାଚନରେ ଭଲ ପଦର୍ଶନ କରିବେ ସେଥିନେଇ ରଣନୀତି ପ୍ରସ୍ତୁତ କରାଯାଇଥିଲା । କୁହେଁଇ ପଡ଼ା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀନୀ ଭାବେ ବ୍ଲକ କଂଗ୍ରେସ ସଭାପତି ରିତାଞ୍ଜଳି ସାମଲଙ୍କୁ ମନୋନୀତ କରାଯାଇଛି । ସେହିପରି ସମିତି ସଭ୍ୟା ପ୍ରାର୍ଥୀନୀ ଭାବେ ରଶ୍ମି ରାଣୀ ସାହୁଙ୍କୁ ମନୋନୀତ କରାଯାଇଛି । ସମ୍ମିଳନୀରେ ବାରଙ୍ଗ ବ୍ଲକର ଉପଦେଷ୍ଟା ମଣ୍ଟୁ ମାଝୀ, ପୂର୍ବତନ ସରପଞ୍ଚ ଅରୁଣ ସାହୁ, ସଞ୍ଜୟ ବିଶୋଇ, ରାଜେନ୍ଦ୍ର ବିଶ୍ୱାଳ, ଅଲେଖ ସିଂ, ଝରେନ୍ଦ୍ର ସାହୁ, ଦିବାକର ମୁଦୁଲି ଓ କଂଗ୍ରେସ ଦଳର କର୍ମୀ ଉପସ୍ଥିତ ଥିଲେ ।

Leave a Reply

Your email address will not be published.