ବିଶ୍ଵବିଦ୍ୟାଳୟର ଆର୍ୟୁବିଜ୍ଞାନ ଓ ପାଠ୍ୟକ୍ରମର ଶୁଭାରମ୍ଭ

ବାରଙ୍ଗ, (ନାଗରାଜ ନ୍ୟୁଜ): ବାରଙ୍ଗ ନରାଜ ମାର୍ଥାପୁର ନିକଟରେ ଥିବା ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟର ଆର୍ୟୁବିଜ୍ଞାନ ଏବଂ ଅନୁସନ୍ଧାନ ଭେସଜ ମହାବିଦ୍ୟାଳୟରେ ଆୟୁର୍ବେଦିକ ଔଷଧ ଓ ଅସ୍ତ୍ରପ୍ରଚାର ସ୍ନାତକତର ପାଠ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଆୟୁର୍ବେଦିକ ମେଡିସିନରେ ସାଢେ ପାଞ୍ଚ ବର୍ଷ ସ୍ନାତକତର ପାଠ୍ୟ କର୍ମ ଆରମ୍ଭ କରିବା ପାଇଁ ଭାରତ ସରକାର ଆୟୁଷ ମନ୍ତ୍ରାଳୟ ଅଧିନସ୍ତ ଭେସଜ ଶିକ୍ଷା ପାଇଁ ନିୟମକ ପ୍ରାଧିକରଣ ନ୍ୟାସନାଲ କମିଶନ ଫର ଇଣ୍ଡିଆନ ସିଷ୍ଟମ ଅଫ ମେଡିସିନରୁ ଆବଶ୍ୟକୀୟ ଅନୁମତି ଲାଭ କରିଛି । ୬୦ଟି ସିଟି ସହିତ ଶୁଭାରମ୍ଭ ହେବାକୁ ଥିବା ପାଠ୍ୟକ୍ରମ ପାଇଁ ପରବର୍ତ୍ତି ସମୟରେ ୧୦୦ ସିଟକୁ ସମ୍ପ୍ରସାରିତ କରାଯିବ । ଶିକ୍ଷା ବର୍ଷ ୨୦୨୧-୨୨ ର ପ୍ରଥମ ବ୍ୟାଚ ପାଇଁ ଆଡମିସନ ଆରମ୍ବ ହୋଇଛି । ସର୍ବ ଭାରତୀୟ ସ୍ତରରେ ଏଲିଜିବିଲିଟି ଏଣ୍ଟ୍ରାନସ ଟେଷ୍ଟରେ ଅନ୍ୟୁନ ୧୩୮ ମାର୍କ ରଖିବା ଆବଶ୍ୟକ । ରାଜ୍ୟରେ ଚିକତ୍ସା ପର୍ୟ୍ୟଟନ ପାଇଁ ୨୦୧୯ ମବସିହା ଜାନୁଆରୀ ୨ତାରିଖରେ ଏକ ୧୦୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟ କାର୍ୟ୍ୟକ୍ଷମ ହୋଇସାରିଛି । ଯାହାର ଶିଳାନ୍ୟାସ ପରମ ପୂଜ୍ୟ ଗୁରୁଜୀ ଶ୍ରୀ ଶ୍ରୀ ରବିଶଙ୍କର ଜି ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ଦ୍ୱାରା ହୋଇଥିଲା । ଏହି ପାଠ୍ୟକ୍ରମର ଉଦେ୍ଧଶ୍ୟ ହେଉଛି ତାଲିମପ୍ରାପ୍ତ ଡାକ୍ତର ଅନୁସନ୍ଧାନକାରି ଶିକ୍ଷାବିତମାନଙ୍କ ପରିସ୍ପୁଟନ କରିବା । ବିଶ୍ଵବଦ୍ୟଳୟର କୁଳପତି ପ୍ରଫେସର ଅଜୟ କୁମାର ସିଂହ, କାର୍ୟ୍ୟନିର୍ବାହୀ କୁଳ ସଚିବ ବି ଆର ଶର୍ମା, ଡିନ ପ୍ରଫେସର ପି କେ ଶର୍ମା, ଡା. ଦୁର୍ଗା ପ୍ରସାଦ ଦାସ, ଡା. ବିଜୟଲଷ୍ମୀ ମହାନ୍ତି ଓ ଡା. ସନ୍ଧ୍ୟା ସାଧନା ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published.