ନବୀନ ନିବାସ ଅଭିମୁଖେ ଡ୍ରାଇଭର ମହାସଂଘ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଡ୍ରାଇଭରଙ୍କ ଅଧିକାର ସୁରକ୍ଷା ସମ୍ମାନ ପାଇଁ ନବୀନ ନିବାସ ଅଭିମୁଖେ ବାହାରିଛି ଓଡିଶା ଡ୍ରାଇଭର ମହାସଂଘ। ୯ ଦଫା ଦାବୀ ନେଇ ନିଆରା ଢଙ୍ଗରେ ରାଜରାସ୍ତାରେ ଦଣ୍ଡବତ ଯାତ୍ରା କରୁଛନ୍ତି ଶତାଧିକ ଡ୍ରାଇଭର ।ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଙ୍କ ମନ୍ଦିରରୁ ଏହି ଯାତ୍ରା ଗତ ୧୮ ତାରିଖରୁ ଆରମ୍ଭ ହୋଇ ଏବେ ଢେଙ୍କାନାଳ ପର୍ଯ୍ୟନ୍ତ ପହଞ୍ଚିଛି ।ପଞ୍ଜାବନ ବର୍ଷ ପରେ ଡ୍ରାଇଭରଙ୍କୁ ପେନସନ ଲାଗୁ , ପ୍ରତି ଡ୍ରାଇଭରଙ୍କ ପରିବାରର ପିଲାଙ୍କ ଶିକ୍ଷାଦାନ ନିମନ୍ତେ ଆର୍ଥିକ ସୁବିଧା , ପ୍ରତି ଶହେ କିଲୋମିଟର ବ୍ୟବଧାନରେ ରହଣି ବ୍ୟବସ୍ଥା ସହ ଶୌଚାଳୟ ନିର୍ମାଣ , ଡ୍ରାଇଭର ମାନଙ୍କ ସୁରକ୍ଷା ପାଇଁ ସ୍ୱତନ୍ତ୍ର ଆଇନ ଲାଗୁ ଏହିଭଳି ୯ଦଫା ଦାବୀ ନେଇ ନବୀନ ନିବାସ ଅଭିମୁଖେ ଯାଉଛନ୍ତି ଡ୍ରାଇଭର ସଂଘ। ପୂର୍ବରୁ ବାରମ୍ବାର ସରକାର ଦେଇଥିବା ପ୍ରତିଶୃତି ପାଳନ କରିନଥିବାରୁ ପୁଣି ରାଜରାସ୍ତାକୁ ଓହ୍ଲାଇଛନ୍ତି ଓଡିଶା ଡ୍ରାଇଭର ମହାସଂଘ।ନବୀନ ନିବାସରେ ପହଞ୍ଚି ସରକାରଙ୍କୁ ଅବଗତ କରିବା ପରେ ଯଦି ଏଦିଗରେ କୌଣସି ପଦକ୍ଷେପ ନ ନିଆଯାଏ ତେବେ ଆଗାମୀ ଦିନରେ ରାଜ୍ୟବ୍ୟାପୀ ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ କରିବା ପାଇଁ ଚେତାବନୀ ଦେଇଛି ସଂଘ।

ଢେଙ୍କାନାଳରୁ ସୌମ୍ୟରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.