ତହସିଲଦାରଙ୍କ ଦୁର୍ବ୍ୟବହାରକୁ ନେଇ ଡ୍ରାଇଭର ମହାସଂଘର ବିକ୍ଷୋଭ

କଟକ, (ନାଗରାଜ ନ୍ୟୁଜ): ଡ୍ରାଇଭର ଓ ହେଲପରଙ୍କୁ ଅତିରିକ୍ତ ତହସିଲଦାରଙ୍କ ଦୁର୍ବ୍ୟବହାର । ମୋବାଇଲ ନେଇ ନ ଫେରେଇବାରୁ ଏହା ବିରୁଦ୍ଧରେ ରାଜ୍ୟ ଡ୍ରାଇଭର ମହାସଂଘ କଟକ ଜିଲ୍ଲା ଶାଖା ପକ୍ଷରୁ ନିଶ୍ଚିନ୍ତକୋଇଲି ତହସିଲ ଅଫିସ ସାମ୍ନାରେ ଡ୍ରାଇଭରମାନେ ବିକ୍ଷୋଭ କରିଥିଲେ । ତୁରନ୍ତ ମୋବାଇଲ ଫେରସ୍ତ କରିବା ସହ ଅତିରିକ୍ତ ତହସିଲଦାରଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ତହସିଲଦାରଙ୍କୁ ଦାବି କରିଥିଲେ । ଏନେଇ ନିଶ୍ଚିନ୍ତକୋଇଲି ଥାନାରେ ମଧ୍ୟ ସେମାନେ ଲିଖିତ ଅଭିଯୋଗ କରିଛନ୍ତି । ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ କରୁଛି ଏବଂ ଉପଯୁକ୍ତ କାର୍ୟ୍ୟନୁଷ୍ଠାନ ହେବ ବୋଲି ତହସିଲଦାର କହିଛନ୍ତି ।

Leave a Reply

Your email address will not be published.