ଜିଲ୍ଲାରେ ଚତୁର୍ଥ ପର୍ଯ୍ୟାୟ ମତଦାନ ଶାନ୍ତି ଶୃଙ୍ଖଳାର ସହିତ ଶେଷ

ବାଲେଶ୍ଵର,(ନାଗରାଜ ନ୍ୟୁଜ):  ପଞ୍ଚାୟତ ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ମତଦାନ ଖୁବ୍ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଯାଇଛି । ଚତୁର୍ଥ ପର୍ଯ୍ୟାୟ ଭୋଟ ନିମନ୍ତେ ବାଲେଶ୍ଵର ଜିଲ୍ଲାର ଔପଦା, ନିଳଗିରି ଓ ବାହାନଗା ବ୍ଲକକୁ ଚୟନ କରାଯାଇଥିଲା । କିନ୍ତୁ ଶାନ୍ତି ଶୃଙ୍ଖଳାର ସହିତ ମତଦାନ ଶେଷ ହୋଇଥିବାର ଖବର ସଂଗ୍ରହରୁ ଜଣାଯାଇଛି । କୌଣସି ସ୍ଥାନରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବାର ନଜରକୁ ଆସିନାହିଁ । ଉକ୍ତ ମତଦାନ ସକାଳ ୭ ଘଟିକାରୁ ଆରମ୍ଭ ହୋଇ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଚାଲିଥିଲା । ମତଦାତା ମାନେ ଶାନ୍ତି ଶୃଙ୍ଖଳାର ସହିତ ଧାଡିରେ ଯାଇ ନିଜ ନିଜର ବହୁମୂଲ୍ୟ ଭୋଟଟିକୁ ନିଜ ପସନ୍ଦର ବ୍ୟକ୍ତିଙ୍କୁ ପ୍ରଦାନ କରି ଆତ୍ମସନ୍ତୋଷ ଲାଭ କରିଥିଲେ । ପ୍ରାର୍ଥୀ ଓ ପ୍ରାର୍ଥିନୀ ମାନଙ୍କ ଭାଗ୍ୟ ଏବେ ଭୋଟ ବାକ୍ସ ମଧ୍ୟରେ ସୀମିତ ରହିଛି । ଗଣତି ପରେ ଜିତିବା ହାରିବା ଜଣାପଡିବ । ଦାୟିତ୍ୱରେ ଥିବା ବିଭିନ୍ନ ପଦବୀଧାରୀ ଅଫିସର ମାନେ ସୁଚାରୁ ରୂପେ ନିଜ ନିଜର କାର୍ଯ୍ୟ ସମ୍ପାଦନ କରିଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରତ୍ୟେକ କେନ୍ଦ୍ରରେ ପୋଲିସ ବାହିନୀ ନିୟୋଜିତ ହୋଇଥିଲେ ।  କର୍ମଚାରୀ ମାନେ ଶାନ୍ତିଶୃଙ୍ଖଳାର ସହିତ ମତଦାନ କାର୍ଯ୍ୟ ଶେଷ କରି ବ୍ଲକ ପ୍ରଶାସନ ନିକଟକୁ ଫେରିଛନ୍ତି । ଏଭଳି ସୁଚାରୁ ଓ ଶାନ୍ତିଶୃଙ୍ଖଳାର ସହିତ ମତଦାନକୁ ସମ୍ପୃକ୍ତ ଅଞ୍ଚଳବାସୀ କୃତଜ୍ଞତା ଜଣାଇଛନ୍ତି ।

Leave a Reply

Your email address will not be published.