ଜଳଯୋଗାଣ ବିଭାଗର ଅବହେଳା ଯୋଗୁ ସହରବାସୀଙ୍କୁ ମିଳୁନି ସ୍ୱଚ୍ଛ ପାନୀୟ ଜଳ

ସୁନ୍ଦରଗଡ଼/ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଜଳଯୋଗାଣ ବିଭାଗର ଖାମଖିଆଲି ମନୋଭାବ ଯୋଗୁଁ ସହରବାସୀ ଠିକ୍ ସମୟରେ ପାଣି ନପାଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଭିନ୍ନ ଜଳଯୋଗାଣ ପ୍ରକଳ୍ପ ମାନ ଉଦଘାଟନ କରି ଜନସାଧାରଣଙ୍କ ଙ୍କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେଉଥିବାର ଡିଣ୍ଡିମି ପିଟୁଥିବା ବେଳେ ରାଜଗାଙ୍ଗପୁର ସହରରେ ଓଲଟା ଚିତ୍ର ଦେଖିବାକୁ ମିଳିଛି । ଜଳଯୋଗାଣ ବିଭାଗ ସହରକୁ ଯେଉଁ ପାଣି ଛାଡୁଛନ୍ତି ତାହା କାଦୁଅ ପାଣି ପରି ଦେଖାଯାଉଛି । ତାହା ମଧ୍ୟ ମାତ୍ର ଅଧଘଣ୍ଟା ପାଇଁ ଦୁଇ ତିନି ଦିନରେ ଥରେ ଆସୁଛି । ଜଳଯୋଗାଣ ବିଭାଗ କେଉଁଦିନ ସକାଳ ୭ଟାରେ ପାଣି ଛାଡୁଛନ୍ତି ତ ଆଉ ପୁଣି କେଉଁଦିନ ସନ୍ଧ୍ୟାରେ ଛାଡୁଛନ୍ତି । ଏସମ୍ପର୍କରେ ସହରବାସୀ ବାରମ୍ବାର କର୍ତୁପକ୍ଷଙ୍କୁ ଜଣାଇଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ । ତୁରନ୍ତ ପାଣି ସମସ୍ୟାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ସହରବାସୀ ଦାବି କରିଛନ୍ତି ।

Leave a Reply

Your email address will not be published.