ଖୁଟକାଟୀ ବିକାଶ ମଞ୍ଚ ତରଫରୁ JSW ବିରୋଧରେ ଅର୍ଥନୈତିକ ରାସ୍ତା ଅବରୋଧ

ସୁନ୍ଦରଗଡ଼,(ନାଗରାଜ ନ୍ୟୁଜ):  ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ କନ୍ଦେଇମୁଣ୍ଡା ପଞ୍ଚାୟତ ଅଧିନରେ ଥିବା JSW(Shiba cement) ବିରୋଧରେ ଆଜି କୁତ୍ରା ଖୁଟକାଟୀ ବିକାଶ ମଞ୍ଚ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅର୍ଥନୈତିକ ରାସ୍ତା ଅବରୋଧ କରାଯାଇଥିଲା।ମଞ୍ଚର ସଭାପତି ଆଗଉଷ୍ଟଇନମଇଞ୍ଜ,ସୁରେଷ ତରୁଆର, ଜୟରାମ ହେସ, ହେମନ୍ତ ଏକ୍କା,ଜୁନାଶ ଲୁଗୁନ, ବ୍ରହ୍ମା ହେସ, ପ୍ରମୁଖ ରାସ୍ତା ଅବରୋଧରେ ସାମିଲ ହୋଇ JSW(Shiba cement) ର ମନୋମୁଖୀ କାର୍ଯ୍ୟକୁ ସମାଲୋଚନା କରିବା ସହିତ ଘୋର ବିରୋଧ କରିଥିଲେ। ଗତ ୨0୨୦ ଅକ୍ଟୋବର ୨୮ ତାରିଖରେ JSW ଅଧିକାରୀ, ଜିଲ୍ଲା ପ୍ରଶାସନ ଏବଂ ସ୍ଥାନୀୟ ଖୁଟକାଟୀ ବିକାଶ ମଞ୍ଚ ର ପ୍ରତିନିଧି ମାନଙ୍କ ସହିତ ତ୍ରିପାକ୍ଷିକ ଆଲୋଚନା ହୋଇଥିଲା। ଆଲୋଚନାରେ JSW କର୍ତୁପକ୍ଷ ମଞ୍ଚର ସମସ୍ତ ଦାବିକୁ ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ବର୍ତ୍ତମାନ କମ୍ପାନୀର ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସଂଗେସଂଗେ ଖଣିସମ୍ପ୍ରସାରଣ ହୋଇଥିଲେ ମଧ୍ୟ ଖୁଟକାଟୀ ବିକାଶ ମଞ୍ଚ ର ଦାବି କୁ ଅଣଦେଖା କରୁଥିବା ରୁ ବାଧ୍ୟ ଆଜି ମଞ୍ଚର ସମସ୍ତ ସଦସ୍ୟ କାରଖାନାର ଅର୍ଥନୈତିକ ରାସ୍ତା ଅବରୋଧ କରିଥିଲେ। ଏହି ରାସ୍ତା ଅବରୋଧ ଫଳରେ କମ୍ପାନୀ ର ଖଣି ତଥା କାରଖାନା ର ମାଲ ରପ୍ତାନି ଏବଂ ପରିବହନ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବା ଦେଖାଯାଇଛି। ଅନ୍ୟ ପକ୍ଷରେ ଜନସାଧାରଣ ତଥା ବୁଦ୍ଧିଜୀବିମାନେ ଆଲୋଚନା କରୁଛନ୍ତି ଯ, ଜିଲ୍ଲା ପ୍ରଶାସନ JSW କର୍ତୁପକ୍ଷ ଏବଂ ବିକାଶ ମଞ୍ଚ ଏମାନଙ୍କ ସହିତ ତ୍ରିପାକ୍ଷିକ ଆଲୋଚନା କଲେ ଫଳ ନିଶ୍ଚୟ ବାହାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି। ରାସ୍ତା ଅବରୋଧ ର ସ୍ଥିତିକୁ ଦେଖି ସ୍ଥାନୀୟ ତହସିଲଦାର ମାନସୀ ନାୟକ, ବଡ଼ଗାଁ ଏସଡିପିଓ ଅଭିଷେକ ପାଣିଗ୍ରାହୀ, କୁତ୍ରା ଥାନା ଅଧିକାରୀ ମନୋରଞ୍ଜନ ବିଶି ପରିସ୍ଥିତି ତା ଉପରେ ପୋଲିସ ଫୋର୍ସ ମୁତୟନ କରି ତୀକ୍ଷ୍ଣ ନଜର ରଖିଛନ୍ତି।

(ସୁନ୍ଦରଗଡ଼ ରାଜଗାଙ୍ଗପୁର ରୁ ଦଶରଥ ପୋଡ଼ ଙ୍କ ରିପୋର୍ଟ)

Leave a Reply

Your email address will not be published.