ଦେବସେନା ଭୁବନ ଶାଖାପକ୍ଷରୁ ପ୍ରବେଶ ଓ ସଂକଳ୍ପ ଉତ୍ସବ ପାଳିତ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜମୁନକୋଟ ହନୁମାନ ମଠ ଠାରେ ଦେବସେନା ଓଡ଼ିଶା ପ୍ରଦେଶ ଭୂବନ ଶାଖା ପକ୍ଷରୁ ପ୍ରବେଶ ଓ ସଂକଳ୍ପ ଉତ୍ସବ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ପୁରୀ ନଙ୍ଗୁଳି ନାଗା ବାବା ବୈଷ୍ଣବ ପୁରୀ ଯୋଗ ଦେଇ ପ୍ରଥମେ ଦୀଘି ଶିବମନ୍ଦିର ଠାରେ ପହଞ୍ଚି ମନ୍ଦିର ପରିକ୍ରମା ସହିତ ଏକ ଶୋଭାଯାତ୍ରାରେ ପହଞ୍ଚିଥିଲେ । ଦିଘୀ ଗ୍ରାମ ଓ ଜମୁନାକୋଟ ଗ୍ରାମ ପରିକ୍ରମା ପୂର୍ବକ ହନୁମାନ ମଠ ଠାରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ ମନ୍ଦିର ମଠ ସୁରକ୍ଷା, ଗୋ ସୁରକ୍ଷା ତଥା ସାଧୁ ସନ୍ଥ ମାନଙ୍କ ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ତତସହିତ ଓଡ଼ିଶା ସରକାର କରୋନା ବାହାନାରେ ହିନ୍ଦୁ ଧର୍ମକୁ କୁଠାର ଘାତ କରୁଥିବା ଦର୍ଶାଇଛନ୍ତି ।

ପ୍ରଶାନ୍ତ ନାୟକଙ୍କ ତତ୍ୱାବଧାନରେ ଆୟୋଜିତ କାର୍ୟ୍ୟକ୍ରମରେ ପ୍ରଦେଶ ଅଧ୍ୟକ୍ଷ ଧେନୁ ମଙ୍ଗରାଜ, ପ୍ରଚାର ସଚିବ ବାମଦେବ ମିଶ୍ର, ପ୍ରକାଶ ପରିଡା, ହନୁମାନ ମଠର ମହନ୍ତଙ୍କ ସମେତ ସମସ୍ତ ସାଧୁ ସନ୍ଥ, ଦେବସେନାର ସମସ୍ତ ସଦସ୍ୟ ଓ ଡିଜିଟାଲ ମିଡ଼ିଆ ସାମାଜିକ ସେବା ସଂଗଠନର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published.