ଘୁଷୁରୀ ଚରାଳି ଉପରେ ମରାଣନ୍ତକ ଆକ୍ରମଣ, ଅଭିଯୋଗ କଲେ ପରିବାର ଲୋକେ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଖଇରା ଥାନା ଗୋଳିହା ପଞ୍ଚାୟତ କଣ୍ଟାବଣିଆ ଗ୍ରାମର ରୀନା ଦାସଙ୍କ ଦୁଇପୁଅ ଉକ୍ତ ଜିଲ୍ଲା ସିମୁଳିଆ ଥାନା ଝିଙ୍କିରିଆ ଗାଁରେ ଘୁଷୁରୀ ଚରାଉଥିବା ବେଳେ ସେହି ଗ୍ରାମର ଅଗଣା ଦାସ ଓ ଅଲେଖ ମୁଖିଙ୍କ ପୁଅ ଆଜି ଦିନ ପ୍ରାୟ ୨ଟା ସମୟରେ କୌଣସି କାରଣ ନଥାଇ ଦୁଇ ଭାଇଙ୍କ ଉପରେ ମରାଣନ୍ତକ ଆକ୍ରମଣ କରିଥିଲେ । ତତସହିତ ଘୁଷୁରୀ ଛଡାଇ ନେଇ ଯାଇଥିଲେ । ଖବରପାଇ ଗୁରୁତରର ପିତାମାତା ଘଟଣା ସ୍ଥଳରେ ପହଞ୍ଚି ଉକ୍ତ ବ୍ଯକ୍ତି ଦ୍ବୟଙ୍କୁ ପଚାରିବାରୁ ସେମାନେ ଦମ୍ପତ୍ତିଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାଫଳରେ ସେମାନେ ଥାନାରେ ଅଭିଯୋଗ କରିଥିଲେ । ଗରିବ ଘୁଷୁରୀ ଚରାଳି ପୋଲିସ ଠାରୁ ଉପଯୁକ୍ତ ନ୍ଯାୟ ଅପେକ୍ଷାରେ ରହିଛନ୍ତି । ଯଦି ନ୍ଯାୟ ନମିଳେ ଅନ୍ୟ ପନ୍ଥା ଆପଣାଇବା ପାଇଁ ବାଧ୍ୟ ହେବେ ବୋଲି ଅଭିଯୋଗ କାରିଣୀ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଛନ୍ତି ।

 

 

Leave a Reply

Your email address will not be published.