ଗାଁ ମଝିରେ ହାତୀ, ଭୟଭୀତ ଗ୍ରାମବାସୀ

ବଣାଇଁ: ବଣାଇଁ ବନଖଣ୍ଡ ଅନ୍ତର୍ଗତ କୁଳିପୋଷ ରେଞ୍ଜର ଜକୈକଲା ପଞ୍ଚାୟତ ଅଧିନସ୍ଥ ଥିବା ବଡପୋଷି ଗ୍ରାମରେ ଗୋଟେ ଜଙ୍ଗଲୀ ହାତୀ ପସି ଯାଇଥିବାରୁ ଗ୍ରାମବାସୀ ଭୟଭିତ ହୋଇ ବଣାଇଁ ବନଖଣ୍ଡର ବିଭାଗକୁ ଖବର ଦେଇଥିଲେ । ଖବର ପାଇ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିି ହାତୀକୁ ଘଉଡେଇବା ପାଇଁ ପ୍ରୟାସ କରିଥିଲେ । କିନ୍ତୁ ସକ୍ଷମ ହୋଇ ପାରିନଥିଲେ ଯେହେତୁ ଲୋକଙ୍କ ଭିଡ ହେତୁ ହାତୀଟି ରାସ୍ତା ନପାଇ ଗାଁ ମଝିକୁ ପଳାଇଯାଇଥିଲା । ତେବେ ଏହି ହାତୀକୁ ଘଉଡ଼ାଇବା ପାଇଁ ବଣ ବିଭାଗ ଉଦ୍ୟମ ଜାରି ରଖିଛି । ତେବେ ଗତ କାଲି କୋଇଡା ଶଙ୍ଖପଡା ଗ୍ରାମରେ ଜଣେ ଲୋକକୁ ହାତୀ ମାରିଦେଇଥିବା ବେଳେ ଆଜି ଏଠି ବନ ବିଭାଗ ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଆଖପାଖ ଗାଁ ଗୁଡିକରେ ବିଦ୍ୟୁତ ସରବରାହ ବନ୍ଦ ରଖିଥିବା ବେଳେ ହାତୀକୁ ଟ୍ରାକିଂ କରୁଛନ୍ତି । ହାତୀଟି ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି କରିନଥିବା ଜଣାପଡ଼ିଛି । ଏହି ଅଞ୍ଚଳରେ ହାତୀକୁ ଦେଖିବା ପାଇଁ ଲୋକଙ୍କ ଢେର କୌତୁହଳ ସୃଷ୍ଟି ହୋଇଛି ।

 

Leave a Reply

Your email address will not be published.