‘ଏଲପିଜି’ ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ: ଆଜି ଠାରୁ ଘରୋଇ ରନ୍ଧନ ଗ୍ୟାସ୍‌ ‘ଏଲ୍‌ପିଜି’ ସିଲିଣ୍ଡର୍‌ ପିଛା ଟ. ୨୫.୫୦ ବୃଦ୍ଧି ପାଇଛି । ମୂଲ୍ୟ ସଂଶୋଧିତ ହେବା ପରେ ଗତ ଛଅ ମାସ ମଧ୍ୟରେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ପିଛା ଦର ଟ.୧୪୦ ବୃଦ୍ଧି ପାଇଲାଣି ।

ନୂତନ ମୂଲ୍ୟ ଅନୁସାରେ, ଏବେ ଦିଲ୍ଲୀ ଓ ମୁମ୍ବାଇରେ ସିଲିଣ୍ଡର୍‌ର ମୂଲ୍ୟ ଟ. ୮୩୪.୫୦ ରହିଛି । ପୂର୍ବରୁ ଏହାର ମୂଲ୍ୟ ଥିଲା ଟ. ୮୦୯ ରହିଥିଲା । ସେହିଭଳି ଚେନ୍ନାଇରେ ସିଲିଣ୍ଡର୍‌ ପିଛା ଦର ଟ. ୮୫୦.୫ ଏବଂ କୋଲ୍‌କାତାରେ ଟ. ୮୩୫.୫ ରହିଛି । ପ୍ରାପ୍ତ ସୂଚନା ଅନୁସାରେ, ସମ୍ପ୍ରତି ଦିଲ୍ଲୀରେ ଏଲ୍‌ପିଜି ସିଲିଣ୍ଡର୍‌ର ମୂଲ୍ୟ ଟ. ୭୬ ବୃଦ୍ଧି ପାଇ ଟ. ୧,୫୫୦ ରହିଛି ।

‘ଏଲ୍‌ପିଜି’ର ଆନ୍ତର୍ଜାତିକ ବେଞ୍ଚ୍‌ମାର୍କ ଏବଂ ଆମେରିକୀୟ ଡଲାର୍‌ ଓ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟକୁ ଆଧାର କରି ପ୍ରତି ମାସ ଆରମ୍ଭରେ ତୈଳ ବିକ୍ରେତା କମ୍ପାନିମାନେ ‘ଏଲ୍‌ପିଜି’ ସିଲିଣ୍ଡର୍‌ ଦର ସଂଶୋଧନ କରନ୍ତି । ଏହି ଦର ବୃଦ୍ଧି ଉଭୟ ରହାତି ଏବଂ ଅଣ-ରିହାତି ଉପଭୋକ୍ତାଙ୍କ ପ୍ରତି ପ୍ରଯୁଜ୍ୟ। ସରକାର ପ୍ରତିବର୍ଷ ରିହାତି ମୂଲ୍ୟରେ ପରିବାର ପିଛା ୧୪.୨ ଓଜନ ବିଶିଷ୍ଟ ୧୨ ସିଲିଣ୍ଡର୍‌ ଯୋଗାଇ ଦେଉଛନ୍ତି।

Leave a Reply

Your email address will not be published.