ଆତ୍ମହତ୍ୟା ଧମକ ଦେଲେ ଚାଷୀ

ବାଲେଶ୍ଵର,(ନାଗରାଜ ନ୍ୟୁଜ ): ଆତ୍ମହତ୍ୟା ପାଇଁ ଧମକ ଦେଲେ ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ମାଣତ୍ରୀ ପଞ୍ଚାୟତରେ । ସୂଚନା ଅନୁସାରେ ଶହ ଶହ ଚାଷୀଙ୍କ ଧାନଚାଷ ଜଉଆ ପୋକ ହେତୁ ନଷ୍ଟ ହୋଇଛି । ସୁଧକୁ ଟଙ୍କା ଆଣି ଧାନ ଚାଷ କରିଥିଲେ ଚାଷୀ । ଏବେ ଚିନ୍ତାରେ ଚାଷୀ କୁଳ । ଘଟଣା ସଂପର୍କରେ ମାଣତ୍ରୀ ପଞ୍ଚାୟତର କ୍ଷତିଗ୍ରସ୍ତ ଚାଷୀମାନେ ଖଇରା କୃଷି ବିଭାଗ ଜରିଆରେ ବିଡିଓ ପର୍ଶୁରାମ ପଣ୍ଡାଙ୍କୁ ଅବଗତ କରିଛନ୍ତି । ଯଦି ସରକାର କ୍ଷତିପୂରଣ କିମ୍ବା ଋଣ ଛାଡ ଇତ୍ୟାଦି ବିଷୟରେ କୌଣସି ପଦକ୍ଷେପ ନ ନିଅନ୍ତି, ବାଧ୍ୟ ହୋଇ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଗଣମାଧ୍ୟମ ପ୍ରତିନିଧିଙ୍କ ସାମ୍ନାରେ ପ୍ରକାଶ କରିଛନ୍ତି ଚାଷୀ ।

ଏଥିରେ ଅନ୍ନପୂର୍ଣ୍ଣା ଜେନା, ରବୀନ୍ଦ୍ର ସାହୁ, ଗଜେନ୍ଦ୍ର ସାହୁ, ପିତାମ୍ବର ଦାସ, କାଶିନାଥ ଜେନା, ସୁଶାନ୍ତ କୁମାର ପାଢୀ, ଗଜେନ୍ଦ୍ର ସାହୁ, ବଳରାମ ସାହୁ, ପିତାମ୍ବର ଦାଶ, ରତ୍ନାକର ଜେନା, ଲମ୍ବୁଧର ଜେନା, ପ୍ରଶାନ୍ତ ବାରିକ, ଗୀତାଞ୍ଜଳି ଲେଙ୍କା, ରମାକାନ୍ତ ମହାନ୍ତି, ଯଦୁନାଥ ପଣ୍ଡା, ବାସୁଦେବ ଦଳେଇ ଓ କୈଳାସ ଚନ୍ଦ୍ର ରଣା ପ୍ରମୁଖ ସାମିଲ ରହିଥିଲେ ।

Leave a Reply

Your email address will not be published.