ଗାଁ ଭିତରେ ହାତୀ ଆତଙ୍କ

ଢେଙ୍କନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା କାଲୁରିଆ ପଞ୍ଚାୟତ ଅନ୍ତର୍ଗତ ମହାପଦା ଓ ଭେଜିବୋଲୁଅ ଗାଁରେ ଦନ୍ତାହାତୀର ଉପଦ୍ରବ ଦେଖିବାକୁ ମିଳିଛି । ଏଥିପାଇଁ ସ୍ଥାନୀୟ ଲୋକମାନେ ଭୟଭୀତ ରହିଛନ୍ତି । ସୂଚନାଯୋଗ୍ୟ କିଛି ଦିନ ହେବ ବଣସିଂହ ଏବଂ ଯୋରନ୍ଦା ଅଞ୍ଚଳରେ କିଛି ଦନ୍ତାହାତି ପଶି ବଣସିଂହରୁ ଯୋରନ୍ଦା ଯାଇଥିବା ମୁଖ୍ୟ ରାସ୍ତା ଉପରେ ରାସ୍ତା ପାର ହେଉଛନ୍ତି । ତେଣୁ ବଣସିଂହ,ଯୋରନ୍ଦା ଓ କାଲୁରିଆ ପଞ୍ଚାୟତରେ ଥିବା ସମସ୍ତ ଗ୍ରାମର ଜନ ସାଧାରଣମାନେ ଭୟରେ ରାସ୍ତାରେ ଯିବା ଆସିବା କରୁଥିବାବେଳେ ମହାପଦାର ଜଣେ ଶିକ୍ଷକଙ୍କ ବାଡ଼ିରେ ଦାନ୍ତାହାତୀ ପଶି କଦଳୀ ଗଛ ଖାଇ ଉପଦ୍ରବ କରୁଥିବାବେଳେ ଲୋକେମାନେ ଆତଙ୍କିତ ହୋଇପଡ଼ିଥିଲେ । ଜଙ୍ଗଲ ବିଭାଗ କର୍ମଚାରୀ ସଙ୍ଗେ ସଙ୍ଗେ ପହଞ୍ଚି ଦନ୍ତାକୁ ଘଉଡ଼ାଇ ଥିଲେ ।

Leave a Reply

Your email address will not be published.