ପର୍ଣ୍ଣିଚର ଦୋକାନରେ ଜିଏସଟି ବିଭାଗର ଚଢ଼ାଉ

ରାଉଲକେଲା, (ନାଗରାଜ ନ୍ୟୁଜ): ରାଉରକେଲା ଅଶୋକା ବ୍ରଦରସ ପର୍ଣ୍ଣିଚର ସୋରୁମରେ ଜିଏସଟି ବିଭାଗର ଚଢ଼ାଉ । ରାଉରକେଲା ଉଦିତନଗର ସ୍ଥିତ ମୁଖ୍ୟମାର୍ଗରେ ଥିବା ଅଶୋକା ବ୍ରଦରସରେ ସିଟି ଜିଏସଟି ଟିମ ପକ୍ଷରୁ ଚଢ଼ାଉ କରାଯାଇ କାଗଜପତ୍ର ଯାଞ୍ଚ ଚାଲିଛି । ଏହି ପ୍ରତିଷ୍ଠାନ ବିଭିନ୍ନ ପ୍ରକାର ଫର୍ଣ୍ଣିଚର କିଣା ବିକ୍ରି କରୁଥିବା ବେଳେ ଏହାର ସଠିକ ଇନଭଏସ ଦେଉ ନଥିବା ଅଭିଯୋଗ ହେଉଛି । ଏହାଛଡା ଇନପୁଟ ଏବଂ ଆଉଟପୁଟ ଟ୍ୟାକ୍ସର ତାଳମେଳ ରହୁନଥିବା ସନ୍ଦେହ କରାଯାଉଛି । ସିଟି ଜିଏସଟି ନଅ ଜଣିଆ ସଦସ୍ୟ ବିଶିଷ୍ଟ ଦୁଇଟି ଟିମ ଅଶୋକା ବ୍ରଦରସର ସୋରୁମ ଏବଂ କାରଖାନା ଉପରେ ଚଢ଼ାଉ କରି କିଣାବିକା କାଗଜପତ୍ର ଯାଞ୍ଚ କରୁଛନ୍ତି ।

Leave a Reply

Your email address will not be published.