ବ୍ଳକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ଅନୁଷ୍ଠିତ

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଦୀନଦୟାଲ ଗ୍ରାମୀଣ କୌଶଳ ଯୋଜନା ଓରମାସ ଦ୍ୱାରା ବ୍ଳକସ୍ତରୀୟ ନିଯୁକ୍ତି ଭିତ୍ତିକ ପରାମର୍ଶ ଶିବିର ବାଲେଶ୍ୱର ଜିଲ୍ଲା ଖଇରା ବ୍ଳକ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଶିବିରକୁ ବ୍ଳକ ଅଧ୍ୟକ୍ଷା ଅଭିଲିପ୍ସା ସାହୁ ଉଦଘାଟନ କରିଥିଲେ । ମୁଖ୍ୟ ଅତିଥି ଭାବେ ଜିଲ୍ଲା ସଂଯୋଜକ ଆଲିନ ବନ୍ଧୁ ରାଉତରାୟ ଯୋଗ ଦେଇ ନିଯୁକ୍ତି କ୍ଷେତ୍ରରେ ଯୁବକ ଯୁବତୀଙ୍କ ନିଯୁକ୍ତି ଉପରେ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ସୂଚନା ପ୍ରଦାନ କରିଥିଲେ । ବ୍ଳକ ପ୍ରଶାସନିକ ଅଧିକାରୀ ମାଧବାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ୧୮୦ ଜଣ ଆଶାୟୀ ନାମ ପଞ୍ଜିକୃତ କରିଥିଲେ । ସେଥିମଧ୍ୟରୁ ୮୫ ଜଣ ଆବେଦନକାରୀ ମନୋନୀତ ହୋଇଥିଲେ ।

ସମସ୍ତଙ୍କୁ ବାଲେଶ୍ୱର ଓ ଭୂବନେଶ୍ୱରରେ ତାଲିମ ପ୍ରଦାନ ପରେ ନିଯୁକ୍ତି ଦିଆଯିବାର ପ୍ରତିଶୃତି ଦିଆଯାଇଥିଲା । ଶିବିରରେ ସପିଙ୍ଗ ମଲ, ସିଲେଇ, ଇଲେକ୍ଟ୍ରିସିଆନ, ହୋଟେଲ, ହେଲଥକେୟାର ଓ ପାଣି ପାଇପ ମିସ୍ତ୍ରୀ ପାଇଁ ଶିବିରାର୍ଥିଙ୍କୁ ଚୟନ କରାଯାଇଥିଲା । ଓଡ଼ିଶା ଜୀବିକା ମିଶନର ବ୍ଳକ ପ୍ରକଳ୍ପ ପରିଚାଳକ ନିହାର ରଞ୍ଜନ ଜେନା ପରିଚାଳନା କରିଥିଲାବେଳେ ବିଏଲସି ଆର୍ତ୍ତବନ୍ଧୁ ଦାସଙ୍କ ସମେତ ସମସ୍ତ ଏମବିକେ , କୃଷିମିତ୍ର , ପ୍ରାଣୀମିତ୍ର ଓ ଅନ୍ୟ କର୍ମଚାରୀ ସହଯୋଗ କରିଥିଲେ ।

Leave a Reply

Your email address will not be published.