ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର

ବାଲେଶ୍ୱର, (ନାଗରାଜ ନ୍ୟୁଜ): ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବାଲେଶ୍ୱର ଜିଲ୍ଲା ଖଇରା ଥାନା ଶ୍ରୀରାମପୁର ଗ୍ରାମରେ ଘଟିଛି ଏପରି ଏକ ଘଟଣା । ମୃତ ଯୁବକ ନାମ ହେଉଛି ବିଜୟ କୁମାର ସାହୁ । ଗାଁ ଠାରୁ କିଛି ଦୂରରେ ଥିବା ଏକ ଗଛରେ କେହି ଜଣେ ଝୁଲୁଥିବାର ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇ ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହ ଚିହ୍ନଟ ପରେ ମଧୁସୂଦନ ସାହୁଙ୍କ ସାନପୁଅ ବୋଲି ଜଣାପଡିଥିଲା । ସେ ବାଙ୍ଗାଲୋରରେ କାମ କରନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ମୃତ ଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published.