ଆତ୍ମହତ୍ୟା କରିବାକୁ ମହାନଦୀକୁ ଡେଇଁ ପଡିଥିବା ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବାହିନୀ

ବାଙ୍କୀ, (ନାଗରାଜ ନ୍ୟୁଜ ): ମହନଦୀକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ । ଆଜି ସକାଳୁ ଜାତମୁଣ୍ଡିଆ ସୁବର୍ଣ୍ଣପୁର ମହାନଦୀ ପୋଲ ଉପରୁ ଜଣେ ଯୁବକ ଆତ୍ମହତ୍ୟା କରିବାପାଇଁ ମହନଦୀକୁ ଡେଇଁ ପଡିଥିବାବେଳେ ଡମପଡା ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପଂହଁଚି ଉଦ୍ଧାର କରିଛନ୍ତି । ଯୁବକ ଜଣକ ସ୍ଥାନୀୟ ଅଞ୍ଚଳ ନିସ୍ତିପୁର ଗ୍ରାମର ଶିତେଶ ନାଏକ । ବୟସ ୨୨ବର୍ଷ । ଆଜି ସକାଳୁ ଘରୁ ଋଷି ପଳାଇ ଆସି ମହନଦୀକୁ ଡେଇଁ ପଡ଼ିଥିଲେ । ଘର ଲୋକେ ଖୋଜାଖୋଜି କରିବା ବେଳେ ଦେଖିବାକୁ ପାଇଥିଲେ । ଏହାପରେ ଅଗ୍ନିଶମ ବାହିନୀଙ୍କୁ ଖବର ଦେବା ପରେ ସେ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ଘରଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାଯାଇଛି ।

Leave a Reply

Your email address will not be published.