ଫୁଟବଲ ଟୁର୍ଣ୍ଣାମେଣ୍ଟରେ ଜଗା ୟୁନାଇଟେଡ୍ ଓ ଗ୍ରାମାଞ୍ଚଳରେ ବଉଳକୁଦ ଚମ୍ପିଆନ

ଭୁବନେଶ୍ଵର, (ନାଗରାଜ ନ୍ୟୁଜ ): ଗଣ୍ଡରପୁର ଖେଳ ପଡ଼ିଆରେ ଅନୁଷ୍ଠିତ ସର୍ବଭାରତୀୟ ଗଣ୍ଡରପୁର କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ସହରାଞ୍ଚଳ ବିଭାଗରେ ଭୁବନେଶ୍ଵରର ଜଗା ୟୁନାଇଟେଡ୍ ଓ ଗ୍ରାମାଞ୍ଚଳରେ ସୂର୍ଣ୍ଣଦେବୀ କ୍ଳବ ବଉଳକୁଦ ଚମ୍ପିଆନ ହୋଇଛି । ଟାଇ ବ୍ରେକରରେ ଜଗା ୟୁନାଇଟେଡ୍ ଭଦ୍ରକ ୟୁନାଇଟେଡ୍ କୁ ୫- ୪ ଗୋଲ ବ୍ୟବଧାନରେ ପରାସ୍ତ କରି ଚମ୍ପିଆନ ହୋଇଛି । ସହରାଞ୍ଚଳ ବିଜୟୀ ଜଗା ୟୁନାଇଟେଡ୍ କୁ ନଗଦ ୫୦ହଜାର ଟଙ୍କା ଟ୍ରଫି ଓ ଉପ ବିଜେତା ଭଦ୍ରକକୁ ନଗଦ ୪୦ ହଜାର ରନସ କପ୍ ପ୍ରଦାନ କରାଯାଇଛି ।

ଗ୍ରାମାଞ୍ଚଳ ବିଭାଗରେ ସୂର୍ଣ୍ଣଦେବୀ କ୍ଲବ ବଉଳକୁଦ ୧-୦ ଗୋଲରେ ମା ‘ ମଙ୍ଗଳା କ୍ଲବ୍ ଗୋଠପୁରକୁ ପରାସ୍ତ କରି ଚମ୍ପିଆନ ହୋଇଛି । ବିଜୟି ବଉଳକୁଦକୁ ନଗଦ ୩୦ ହଜାର ଟଙ୍କା ଟ୍ରଫି ଓ ଉପବିଜେତା ମା’ ମଙ୍ଗଳା ଦଳକୁ ନଗଦ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଛି । ଗ୍ରାମାଞ୍ଚଳ ଶ୍ରେଷ୍ଠ ଖେଳାଳୀ ଭାବେ ଜୀନବନ୍ଧୁ ଦାସଙ୍କୁ ବ୍ୟାଟେରୀ ବାଇକ୍ ପୁରସ୍କାର ପ୍ରଦାନ କରାଯାଇଛି ।ଫାଇନାଲ ମ୍ୟାଚର ମୁଖ୍ୟଅତିଥି ରାଜ୍ୟସଭା ସାଂସଦ ମୁନା ଖାନ୍‌ ଓ ସମ୍ମାନିତ ଅତିଥି ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ, ଅଭିନେତା ଦେବାଶିଷ ମହାପାତ୍ର, ସମାଜସେବୀ ସୁବାସ ପାତ୍ର ଓ ଅନୁର୍ୟ୍ୟାମୀ କୁଅଁରଙ୍କ ସମେତ ଉପସ୍ଥିତ ଥିଲେ । ମ୍ୟାଚର ଧାରାବାହିକ ବୀବରଣୀ କରିଥିଲେ ଭାଷ୍ୟକାର ରଙ୍କନିଧି ରାଉତ । କ୍ରୀଡା ପରିଚାଳନା କରିଥିଲେ ରେଫରି ସୁଦିପ ଦାସ, ରାଜୁ ମହାନ୍ତି, ସରୋଜ ମହାରଣା ଓ ଦିପ୍ତି ରଞ୍ଜନ ସ୍ୱାଇଁ ।

Leave a Reply

Your email address will not be published.