ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ପାଞ୍ଚ ରାଉଣ୍ଡୁ ଫାଙ୍କା ଗୁଳି ଚାଳନା

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘର ଆଗରେ ୫ରାଉଣ୍ଡ ଫାଙ୍କା ଗୁଳି ଚାଳନା ଓ ଜୀବନରେ ମାରିଦେବାକୁ ଧମକ ଘଟଣାକୁ ନେଇ ଢେଙ୍କାନାଳ ଟାଉନଥାନା ଓ ଏସପିଙ୍କୁ ଭେଟିଲେ ପୌରାଧ୍ୟକ୍ଷା ପ୍ରାର୍ଥୀ ଜୟନ୍ତୀ ପାତ୍ର ଓ ତାଙ୍କ ସ୍ୱାମୀ ରାମଚନ୍ଦ୍ର ପାତ୍ର ଏବଂ ପୁର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର । ଗତକାଲି ବିଳମ୍ବିତ ରାତିରେ କିଛି ଦୃର୍ବୃତ୍ତ ବାଇକରେ ଆସି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ଘର ଆଗରେ ୫ରାଉଣ୍ଡ ଗୁଳି ଚଳାଇବା ସହ ଜୀବନରେ ମାରି ଦେବାକୁ ଧମକ ଦେଇଥିଲେ। ୧୯ନମ୍ବର ୱ।ର୍ଡର କାଉନସିଲର ପ୍ରାର୍ଥୀ ଅନିତା ମଲ୍ଲିକଙ୍କ ବାପାଙ୍କୁ ମଧ୍ୟ ବାଡାପିଟା କରିବା ସହିତ ସ୍ଥାନୀୟ ସିମିଳିଆରେ କିଛି ଯୁବକଙ୍କୁ ମଧ୍ୟ ମାରପିଟ କରିଥିଲେ ।ଏନେଇ ଗତକାଲି ଟାଉନଥାନାରେ ଲିଖିତ ଅଭିଯୋଗ କରିଥିଲେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଓ ତାଙ୍କ ଦିଅର ତଥା ପୂର୍ବତନ ବିଧାୟକ କୃଷ୍ଣ ଚନ୍ଦ୍ର ପାତ୍ର।ଶାସକ ଦଳର କିଛି ଗୁଣ୍ଡା ଏଭଳି କାଣ୍ଡ କରିଥିବା ଅଭିଯୋଗ କରିଛନ୍ତି ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର।ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ର ଓ ତାଙ୍କ ସ୍ୱାମୀଙ୍କ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପୋଲିସ ପକ୍ଷରୁ ସୁରକ୍ଷା ଯୋଗାଇଦେବା ସହ ତୁରନ୍ତ ଅଭିଯୁକ୍ତଙ୍କୁ ଧରିବାକୁ ଏତଲା ଦିଆଯାଇଛି। ଘଟଣାକୁ ନେଇ ପ୍ରତିକ୍ରିୟାରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଏସପି ଲୋଗାନୟାଗୀ ଦିବ୍ୟା ଭି।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ 

Leave a Reply

Your email address will not be published.