ଥାନା ଗାଡ଼ିରେ ଇଣ୍ଡିକେଟର୍ ନାହିଁ, କିଏ ପକେଇବ ଫାଇନ୍

ଖଇରା, (ନାଗରାଜ ନ୍ୟୁଜ): ହେଲମେଟ୍ ନାହିଁ ତ ଫାଇନ୍ । ତିନିଜଣ ବସିଲେ ତ ଫାଇନ୍ । ଦୃତ ଗତି ପାଇଁ ଫାଇନ୍ । ନମ୍ବର ପ୍ଲେଟ୍ ଲିଭି ଯାଇଛିତ ବି ଫାଇନ୍ । ଇଣ୍ଡିକେଟର୍ ନାହିଁତ ଫାଇନ୍ । ଇଏ ଗଲା ଦୁଇ ଚକିଆ ଯାନ । ଚାରି ଚକିଆ ପାଇଁ ସିଟ୍ ବ୍ଳେଟ୍ ନାହିଁ ତ ଫାଇନ୍।  ଇସ୍ମୃରାସ୍ ନାହିଁ ତ ଫାଇନ୍ । ଏମିତି ଅନେକ ଫାଇନ୍ ସାଧାରଣ ଲୋକଙ୍କ ଠାରୁ ତଣ୍ଟି ଚିପିଲା ଭଳି ନିଅନ୍ତି ପୋଲିସ୍ । ହେଲେ ଏଠି ଟିକିଏ ନଜର ପକାନ୍ତୁ ବାଲେଶ୍ଵର ଜିଲ୍ଲାର ଥିବା ଖଇରା ଥାନାର ଗାଡ଼ି ଡ଼ାହାଣ ପାଶ୍ୱର୍ରେ ପଛ ପଟରେ ଇଣ୍ଡିକେଟର୍ ନାହିଁ । ଏଥିପାଇଁ ଫାଇନ୍ ହେବ ନାଁ ନାହିଁ । ନାଁ ସରକାରୀ ଗାଡ଼ି ପାଇଁ ନିୟମ ଅଲଗା । ନାଁ ପ୍ରଶାସନ ଆଖିରେ ଏଇ ଦୃଶ୍ୟ ଅଣଦେଖା । ପ୍ରଶ୍ନ ଏହା କି ଏଇ ଗାଡ଼ି କୁ କିଏ ଫାଇନ୍ ପକେଇବ । ଆଉ କେତେ ଟଙ୍କା ଫାଇନ୍ ହେବ ।

ବାଲେଶ୍ଵର ଜିଲ୍ଲା ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.