ଡ୍ରଗ୍ସ ମାଫିଆର ୧ କୋଟି ଟଙ୍କାର ସଂପତ୍ତି ଜବତ

ପୁରୀ, (ନାଗରାଜ ନ୍ୟୁଜ): ଜଣେ ଡ୍ରଗ୍ସ ମାଫିଆର ୧ କୋଟି ଟଙ୍କାର ସଂପତ୍ତି ଜବତ କରିଛି ପୁରୀ ପୋଲିସ । ଡ୍ରଗ୍ସ ମାଫିଆ ଅନିରୁଦ୍ଧ ଜୟସିଂ ଓରଫ ଅନୁର ଏକ କୋଟିରୁ ଉର୍ଦ୍ଧ ମୂଲ୍ୟର ଉଭୟ ସ୍ତାବର ଓ ଅସ୍ତାବର ସଂପତ୍ତି ଜବତ ହୋଇଛି । ସଂପତ୍ତିର ମୂଲ୍ୟ ପାଖା ପାଖି ଏକ କୋଟି ସତର ହଜାର ଦୁଇଶହ ଛଅସ୍ତରି ଟଙ୍କା ବୋଲି ଜଣାପଡିଛି । ବାସେଳୀସାହି ଥାନା ପୋଲିସ ସଂପତ୍ତି ଗୁଡିକୁ ଜବତ କରିଛି । ଜବତ ସଂପତ୍ତି ଗୁଡିକ ମଧ୍ୟରେ ଦୁଇଟି ଜେସିବି ଖନନକାରୀ, ଗୋଟିଏ କାର, ଗୋଟିଏ ଟ୍ରାକ୍ଟର, ସୁନାରୂପା ଅଳଙ୍କାର , ଘରର ବିଭିନ୍ନ ସାମଗ୍ରୀ, ଗୋଟିଏ ହାର୍ଡୱେର ଦୋକାନ ଓ ସିମେଣ୍ଟ ଗୋଦାମ । ପୁରୀ ଜିଲ୍ଲାରେ ବ୍ରାଉନସୁଗାର କାରବାରକୁ ରୋକିବା ପାଇଁ ପୁରୀ ପୋଲିସ ପଦକ୍ଷେପ ନେଇଛି ।

ପୁରୀ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଡ୍ରାଇଭ୨୦୨୨ ମସିହାରେ ଆରମ୍ଭ ହୋଇଥିଲା । ଏ ପର୍ଯ୍ୟନ୍ତ୧ କିଲୋଗ୍ରାମ ୩୯୨ ଗ୍ରାମ ୬୧ ମିଲିଗ୍ରାମ ବ୍ରାଉନସୁଗାର ଜବତ କରାଯିବ ସହ ୨୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୁରୀ ପୋଲିସ । ସୂଚନାଯୋଗ୍ୟ ଗତ ଜାନୁୟାରୀ ୭ତାରିଖରେ ବ୍ରାଉନ ସୁଗାର କାରବାର ପାଇଁ ଅନିରୁଦ୍ଧ ଜୟସିଂହ ଓ ଅନ୍ୟ ୪ ଜଣଙ୍କୁ ଗିରଫ କରିଛି ବାସେଳି ସାହି ଥାନା ପୋଲିସ । ସେମାନଙ୍କ ଠାରୁ ୧୪୦ ଗ୍ରାମ ବ୍ରାଉନ ସୁଗାର ଓ ଅନ୍ୟ ନିଷିଦ୍ଧ ସାମଗ୍ରୀ ଜବତ କରିଛି ପୋଲିସ ବୋଲି କହିଛନ୍ତି ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ ବିଶାଲ ସିଂ ।

Leave a Reply

Your email address will not be published.