ଫୁଟବଲ ପ୍ରତିଯୋଗିତା ଆରମ୍ଭ

କଟକ,(ନାଗରାଜ ନ୍ୟୁଜ): ଓଡିଶା ଭେଟେରାନ ସ୍ପୋର୍ଟ୍ସ ସ୍ପର୍ଶନ ଆସୋସିଏସନ ଆନୁକୂଲ୍ୟରେ ଆଜିଠାରୁ ପ୍ୟାରୀମୋହନ ଏକାଡେମୀ ଠାରେ ଆନ୍ତବିଦ୍ୟାଳୟ ସିନିଅର ବସନ୍ତ ଦାସ ସ୍ମାରକୀ ଏବଂ ଜୁନିଅର ବିଭାଗର ଡ଼ ଭଗବାନ ଦାସ ସ୍ମାରକୀ ଫୁଟବଲ ପ୍ରତିଯୋଗିତା ଆରମ୍ଭ ହୋଇଛି । ଆଜି ଉଦଘାଟନ ମ୍ୟାଚ ସିନିଅର ବିଭାଗରେ ଭକ୍ତାମାଧୂ ବିଦ୍ୟାପୀଠ ଜୋହାରୀମଲ୍ଲ ହାଇସ୍କୁଲ କୁ ଭେଟିଛନ୍ତି।କରୋନା କଟକଣା ଯୋଗୁଁ ଏହି ପ୍ରତିଯୋଗିତା କୁ ସ୍ଥଗିତ ରଖାଯାଇଥିଲା । କଟକଣା ଉଠିବାପରେ ଆଜିଠାରୁ ଏହି ପ୍ରତିଯୋଗିତା ପୁନଶ୍ଚ ଆରମ୍ଭ ହୋଇ ଜାନୁଆରୀ 29 ତାରିଖ ପର୍ଯ୍ୟନ୍ତ ଚାଲିବ । ଜାନୁଆରୀ 30 ତାରିଖରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଚଳିତବର୍ଷ ସିନିଅର ବିଭାଗରେ ଜୁନିଅର ବିଭାଗରେ 16 ଟି ଲେଖାଏଁ ଦଳ ଅଂଶଗ୍ରହଣ କରିଛନ୍ତି ।ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପଶୁପାଳନ ମନ୍ତ୍ରୀ ତଥା ଆଶ୍ସୋସିଏସନ ର ସଭାପତି ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଙ୍କର ସଭାପତିତ୍ୱ ରେ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ କୃଷ୍ଣଚନ୍ଦ୍ର ନାୟକ ମୁଖ୍ୟ ଅତିଥି, ଖାନନଗର ହାଇସ୍କୁଲ ପ୍ରଧାନଶିକ୍ଷକ ଅକ୍ଷୟ କୁମାର ଷଡ଼ଙ୍ଗୀ ଓ ପ୍ୟାରୀମୋହନ ଏକାଡେମୀ ର ପ୍ରଧାନ ଶିକ୍ଷକ ନାସିମା ବାଣ ବିଶିଷ୍ଟ ଅତିଥିଭାବେ ଯୋଗଦେଇ କହିଲେ ଯେ ବର୍ତ୍ତମାନ ରାଜ୍ୟରେ ଏକ କ୍ରୀଡା ମାହୋଲ ସୃଷ୍ଟି ହୋଇଛି।ବିଦ୍ୟାଳୟ ସ୍ତରରେ ଖେଳ କୁଦ ଉପରେ ସରକାର ଅଧିକ ଗୁରୁତ୍ୱ ଦେଉଛନ୍ତି । ଭେଟେରାନ ସ୍ପୋର୍ଟ୍ସ ପର୍ଶନ୍ସ ଆଶ୍ସୋସିଏସନ ତୃଣମୂଳ ସ୍ତରରେ ଯେଉଁ ପ୍ରୟାସ ଜାରି ରଖିଛନ୍ତି ତାହା ବେଶ ପ୍ରଶଂସନୀୟ। ସଂଘର ସଭାପତି ତଥା ବରିଷ୍ଠ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିଜ ଉଦଘାଟନ ଅଭିଭାଷଣ ରେ କହିଲେ ଚଳିତ ବର୍ଷ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଉଦ୍ୟମରେ ଓଡିଶା ରେ ପୁରୁଷ ବିଶ୍ୱକପ ହକି ଅନୁଷ୍ଠିତ ହେଉଛି ଯାହାକି ଆମରାଜ୍ୟ ପାଇଁ ବିଶ୍ଵାସ୍ତରରେ ଏକ ସ୍ୱତନ୍ତ୍ର ସମ୍ମାନ ସୃଷ୍ଟି କରିପାରିଛି ।ସଂଘର ସମ୍ପାଦକ ଶ୍ରୀ ଶ୍ରଦ୍ଧାନନ୍ଦ ଦାସ ସ୍ୱାଗତ ଭାଷଣ ଦେଇ ସଂଘର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ବରିଷ୍ଠ କ୍ରୀଡ଼ାବିତ ସୁନୀଲ କୁମାର ବୋଷ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଂଘ ର ବରିଷ୍ଠ ସଦସ୍ୟ କ୍ଷିତିଶ ପାତ୍ର ସମୀର କୁମାର ପରିଜା, ବିଷ୍ଣୁ ଦାସ, ଶ୍ରୀଧର ଦାସ, ସୁ୍ଘୋଷ ଦାସ, ଗଣେଶ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଥମ ମ୍ୟାଚ ରେ ଭକ୍ତମଧୁ ବିଦ୍ୟାପୀଠ ଜୋହାରିମଲ୍ଲ ହାଇସ୍କୁଲ କୁ 3-0 ଗୋଲ ରେ ପରାସ୍ତ କରିଛି । ଭକ୍ତାମଧୂ ବିଦ୍ୟାପୀଠ ର ଶେଖ ରଇସ ଅହମ୍ମଦ ଆଜିର ଶ୍ରେଷ୍ଠ ଖେଳାଳି ଭାବେ ମନୋନୀତ ହୋଇ ପୁରସ୍କାର ହାସଲ କରିଛନ୍ତି ।

Leave a Reply

Your email address will not be published.