ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ ପାଳିତ

କଟକ, (ନାଗରାଜ ନ୍ୟୁଜ): ପ୍ରବାଦ ପୁରୁଷ, ମହାନ ରାଷ୍ଟ୍ରନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜୟନ୍ତୀ କଟକରେ ପାଳିତ ହୋଇଛି । ଜୟନ୍ତୀ ଅବସରରେ ଓଡିଶା ଭେଟରାନ ସ୍ପୋଟର୍ସ ପର୍ସନ୍ସ ଆସୋସିଏସନ ପକ୍ଷରୁ ଏକ ମିନି ମାରାଥନ ଓ ୱାକାଥଲନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏଥି ସହିତ ବହୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ଆନନ୍ଦ ଭବନ ବୁଲିବା ସହିତ ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।
ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୧୦୬ ତମ ଜନ୍ମ ଜୟନ୍ତୀ ତାଙ୍କ ଜନ୍ମିତ ସହର କଟକରେ ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଛି । ବିଶେଷ କରି ବିଜୁ ଜୟନ୍ତୀ ପାଇଁ ପ୍ରତିବର୍ଷ ପରି ଏଥର ମଧ୍ୟ ଓଡିଶା ଭେଟରାନ ସ୍ପୋଟର୍ସ ପର୍ସନ୍ସ ଆସୋସିଏସନ ପକ୍ଷରୁ କଟକ ସହରର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏକ ସୁନ୍ଦର ମିନି ମାରାଥନ ଓ ବୟସ୍କଙ୍କୁ ନେଇ ଏକ ୱାକାଥଲନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ମାରାଥନକୁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଉଦଘାଟନ କରିଥିଲେ। ସମସ୍ତ ପ୍ରତିଯୋଗୀ ସହର ପରିକ୍ରମା କରି ପୁଣି ଆନନ୍ଦ ଭବନରେ ମାରାଥନ ଶେଷ କରିଥିଲେ। ଏଥି ସହିତ ବୟସ୍କ ମାନେ ମଧ୍ୟ ୱାକାଥଲନ ରେ ସାମିଲ ହୋଇଥିଲେ ।

ଏହି ଅବସରରେ ଆନନ୍ଦ ଭବନ ପରିସର ଚଳଚଞ୍ଚଳ ହୋଇ ଉଠିଥିଲା । ଏଠାକୁ ରାଜନେତା, ପ୍ରଶାସନିକ ଅଧିକାରୀ ମାନେ ଆସି ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ସାଧାରଣ ଲୋକମାନେ ମଧ୍ୟ ନିଜର ପିଲାମାନଙ୍କୁ ଧରି ବିଜୁ ବାବୁଙ୍କ ସ୍ମୃତି କିପରି ଏଠାରେ ସାଇତି କରି ରଖାଯାଇଛି, ତାହା ବୁଲି ଦେଖୁଥିଲେ ।

Leave a Reply

Your email address will not be published.