ରାଜଗାଙ୍ଗପୁରରେ ବିଜେଡି ଦୁଇଫାଳ, ପୌରନିର୍ବାଚନ ପୂର୍ବରୁ ଗୋଷ୍ଠୀ କନ୍ଦଳ

ସୁନ୍ଦରଗଡ଼, (ନାଗରାଜ ନ୍ୟୁଜ): ପୌର ନିର୍ବାଚନ ପୂର୍ବରୁ ରାଜଗାଙ୍ଗପୁରରେ ଦେଖାଦେଇଛି ବିଜେଡିର ଗୋଷ୍ଠୀ କନ୍ଦଳ । ବର୍ତ୍ତମାନ ସମସ୍ତ ରାଜନୈତିକ ଦଳ ନିଜନିଜର କର୍ମୀମାନଙ୍କୁ ନେଇ ଜୋରସୋରରେ କସରତ କରିବା ଆରମ୍ଭ କରିଦେଲେଣି । ପ୍ରାର୍ଥୀ ପତ୍ର ଦାଖଲ କରିବାର ସମୟ ସୀମା ୭ ତାରିଖ ପର୍ୟ୍ୟନ୍ତ ଥିବା ବେଳେ ଦଳ କାହାକୁ ଟିକେଟ ଦେବ ତାହାର ଅଙ୍କକଷା ଚାଲିଛି । ରାଜଗାଙ୍ଗପୁର ପୌରପାଳିକା ବିଜେଡିର ଟିକେଟ ବଣ୍ଟାକୁ ନେଇ ଦଳ ମଧ୍ୟରେ ଗୋଷ୍ଠୀ କନ୍ଦଳ ଦେଖାଦେଇଛି । ଏଠାରେ ପର୍ଯ୍ୟବେକ୍ଷକ ଦାଇତ୍ୱ ରେ ଥିବା ଦୁର୍ଗାପ୍ରସାଦ ସାମନ୍ତରାୟଙ୍କ ମନମୁଖୀ କାର୍ଯ୍ୟ ଏବଂ କିଛି ମୁଷ୍ଟିମେୟ ନେତା କର୍ମୀଙ୍କ ହାତ ବାରିସି ସାଜିଥିବାରୁ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଛି । ରାଜଗାଙ୍ଗପୁର ପୌରପାଳିକାର ନିର୍ବାଚନକୁ ଦୃଷ୍ଟିରେ ରଖି ଗତକାଲି କୁନୁମୁରୁଠାରେ ବିଜେଡିର ସାଧାରଣ ସଭା ଆୟୋଜିତ ହୋଇଥିଲା । କିଛି ଆଗଧାଡିର ବରିଷ୍ଠ ନେତା ଏବଂ କର୍ମୀମାନଙ୍କୁ ପର୍ଯ୍ୟବେକ୍ଷକ ଅଣଦେଖା କରି ସଭା ଆୟୋଜନ କରୁଥିବାରୁ ଗୋଟିଏ ଗୋଷ୍ଠୀ ଏହାକୁ ଘୋର ବିରୋଧ କରିଥିଲେ । ଯାହାଫଳରେ ଆୟୋଜିତ ହେଉଥିବା ସଭାକୁ ବାତିଲ କରାଯାଇଥିଲା ।
ସୁନ୍ଦରଗଡ଼ରୁ ଦଶରଥ ପୋଡ଼ଙ୍କ ରିପୋର୍ଟ

 

Leave a Reply

Your email address will not be published.