ଶ୍ରୀ ସ୍ବପ୍ନେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ସାଧାରଣ ବୈଠକ

ଖଇରା, (ନାଗରାଜ ନ୍ୟୁଜ ): ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଅନ୍ତରା ଠାରେ ଶ୍ରୀ ସ୍ବପ୍ନେଶ୍ୱର ବରିଷ୍ଠ ନାଗରିକ ମଞ୍ଚର ଅନ୍ତରା, ରପେୟା,ଗରସଙ୍ଗ ଓ ବରଦା ପଞ୍ଚାୟତର ବରିଷ୍ଠ ନାଗରିକ ମାନଙ୍କ ଉପସ୍ଥିତରେ ଶ୍ରୀ ଆଦିକନ୍ଦ ନାୟକଙ୍କ ଅଧ୍ୟକ୍ଷତାରେ ଅନ୍ତରା ହାଇସ୍କୁଲ ପଡିଆରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଉଦ୍ୟକ୍ତା ଦୀନବନ୍ଧୁ ମହାରଣା ପ୍ରାରମ୍ଭରେ କାର୍ୟ୍ୟସୂଚୀ ସମ୍ପର୍କରେ ଆଲୋଚନା କରିଥିଲେ। ଏହା ଅସହାୟ ଏବଂ ସାହାରାହୀନ ଅବହେଳିତ ସାମ୍ପ୍ରତିକ ସ୍ଥିତିରେ ବରିଷ୍ଠ ନାଗରିକ ମାନେ ସାମ୍ନା କରୁଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯିବା ସହିତ ଶ୍ରୀ ସ୍ବପ୍ନେଶ୍ୱର ବହୁମୁଖୀ ବରିଷ୍ଠ ନାଗରିକ ସମିତି ଗଠନ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଏଥି ସହିତ ଏହାକୁ ପରିଚାଳନା ପାଇଁ ଏକ ପୂର୍ଣ୍ଣାଙ୍ଗ ୧୩ ଜଣିଆ ପରିଚାଳନା କମିଟି ଘୋଷଣା କରାଯାଇଥିଲା। ଏଥିରେ ୪ ଜଣ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ରହିଥିବା ବେଳେ ୧୫ ଜଣ ସଦସ୍ୟଙ୍କୁ ଉପଦେଷ୍ଟା ଏବଂ ବିଭିନ୍ନ ସବକମିଟିରେ ସଦସ୍ୟ ଭାବେ ମନୋନୀତ କରାଯାଇଛି।

ଉକ୍ତ ପରିଚାଳନା କମିଟିର ସଭାପତି ଭାବେ ଆଦିକନ୍ଦ ନାୟକ, ଉପସଭାପତି- କୃଷ୍ଣଚନ୍ଦ୍ର ଦାଶ, ସାଧାରଣ ସମ୍ପାଦକ- ଦୀନବନ୍ଧୁ ମହାରଣା, ସହ ସାଧାରଣ ସମ୍ପାଦକ- ରାଜବଲ୍ଲଭ ଯେନା, ଲକ୍ଷ୍ମୀଧର ମହାପାତ୍ର, ଯୁଗ୍ମ ସମ୍ପାଦକ- ପ୍ରଫୁଲ୍ଲ ଦାସ, କୋଷାଧ୍ୟକ୍ଷ-ନୃସିଂହ ଚରଣ ପୃଷ୍ଟି, ସହ କୋଷାଧ୍ୟକ୍ଷ- ରତ୍ନାକର ଶୁକ୍ଲ, ପରିଚାଳନା ସଦସ୍ୟ ଭାବେ ଗଙ୍ଗାଧର ଯେନା,ବୈଷ୍ଣବ ଯେନା,ଭାସ୍କର ସାହୁ ସେହିଭଳି ତ୍ରିଲୋଚନ ଉପାଧ୍ୟାୟ, ନରେଶ କର,ପ୍ରଭାତ ବାରିକ, ହରିହର ବିଶ୍ୱାଳଙ୍କୁ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହା ବ୍ୟତୀତ ଆଇନ ପରାମର୍ଶ ଦାତା ଭାବେ ଉଚ୍ଚ ନ୍ୟାୟାଳୟର ଆଇନଜୀବୀ ଶ୍ରୀ ପ୍ରଭାତ କୁମାର ଦାସ, ଆଇନଜୀବୀ ରବୀନ୍ଦ୍ର କୁମାର ବେହେରା, ସମିତିର ହିସାବ ସମୀକ୍ଷକ ଭାବେ ଜଣେ ଚାଟାର୍ଡ ଆକାଉଣ୍ଟଙ୍କୁ ନିଯୁକ୍ତି କରାଯାଇଛି ।

ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.