ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ

ବଲାଙ୍ଗୀର, (ନାଗରାଜ ନ୍ୟୁଜ): ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଦେହାନ୍ତ ହୋଇଛି ।  ବିଳମ୍ବିତ ରାତିରେ ତାଙ୍କ ଦେହାନ୍ତ ହୋଇଥିବାର ଜଣାଯାଇଛି । ସ୍ୱର୍ଗତ ଦୁର୍ଯ୍ୟୋଧନ ମାଝୀ ଡିପିସି ପୋଷ୍ଟ ନୂଆପଡା ଜିଲ୍ଲା ଉପାନ୍ତ ଅଞ୍ଚଳରୁ ଜନ୍ମ ହୋଇ ଓଡ଼ିଶା ବିଧାନସଭାରେ ବହୁ ବାର ନିର୍ବାଚିତ ହୋଇ ଅଞ୍ଚଳର ସମସ୍ୟା ସମାଧାନ କରିବାରେ ଜଣେ ନିଷ୍ଠାବାନ ବ୍ୟକ୍ତି ଥିଲେ । ସେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାୟକ ରୂପେ ନିର୍ବାଚିତ ହୋଇଥିବା ବେଳେ ଓଡିଶା ସରକାରରେ ତିନି ଥର ମନ୍ତ୍ରୀ ଦାୟିତ୍ୱ ତୁଲାଇ ଥିଲେ ।

ସେ ୧୯୯୦ ରେ ପ୍ରଥମ ବିଧାୟକ ରୂପେ ଖଡ଼ିଆଳ ରାଜା ଅନୁପ ସିଂ ଦେଓ ଙ୍କ ହରାଇଥିଲେ । ୧୯୯୦ ଏବଂ ୧୯୯୫ ଦୁଇଥର ଜନତା ଦଳରୁ ବିଧାୟକ ହୋଇଥିବା ବେଳେ କ୍ରମାଗତ ୨୦୦୦ ଏବଂ ୨୦୦୪ ଦୁଇ ଥର ବିଜେଡି ଦଳରୁ ଖଡ଼ିଆଳ ବିଧାୟକ ରୂପେ ନିର୍ବାଚିତ ହୋଇଥିଲେ । ସେହିପରି ୨୦୦୯ ମସିହାରେ ବିଜେପି ହିତେଶ ବଗର୍ତ୍ତିଙ୍କ ଠାରୁ ପରାସ୍ତ ହୋଇଥିଲେ । ପୁଣି ୨୦୧୪ ମସିହାରେ ବିଜେପି ବିଧାୟକ ରୂପେ ଖଡ଼ିଆଳ ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ । ସେ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ, ଯୋଜନା ଓ ପ୍ରଯୁକ୍ତି ବିଦ୍ୟା, ବିଜ୍ଞାନ କାରିଗରୀ କୌଶଳ ମନ୍ତ୍ରୀ ହୋଇଥିଲେ । ସ୍ୱାସ୍ଥ୍ୟ ମନ୍ତ୍ରୀ ରୂପେ ନକଲି ଔଷଧ କାରବାରରେ ମୁଖ୍ୟମନ୍ତ୍ରୀଙ୍କୁ ପତ୍ରଲାପ କରି ସୂଚିତ କରିଥିଲେ । ସେ ଜଣେ ନିର୍ଭୀକ, ସଚୋଟ ଏବଂ ସ୍ପଷ୍ଟବାଦୀ ମନ୍ତ୍ରୀ ଥିଲେ ।

Leave a Reply

Your email address will not be published.