ଅଗ୍ନିକାଣ୍ଡରେ ଜଳିଗଲା ୬ ବଖରା ଘର

ଖଇରା, (ନାଗରାଜ ନ୍ୟୁଜ): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଜଳଦା ପଞ୍ଚାୟତ ଅଧିନରେ ତୁଟ ଗ୍ରାମରେ ଦେଖିବାକୁ ମିଳିଛି ଏକ ଭୟାବହ ଅଗ୍ନିକାଣ୍ଡ । ଗତକାଲି ଅପରାହ୍ନ ସମୟରେ ଅନ୍ତର୍ୟ୍ୟାମୀ ପଣ୍ଡା ଓ ଚକ୍ରଧର ପଣ୍ଡାଙ୍କ ଘରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଆସବାପତ୍ର ସହ ଧାନ ଚାଉଳ ସୁନା ଗହଣା ପୋଡ଼ି ପାଉଁଶ ହୋଇଯାଇଛି । ଖବର ପାଇ ଖଇରା ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲେ । ଅଗ୍ନିକାଣ୍ଡର କାରଣ ଜଣା ପଡ଼ିନହିଁ । ଅନ୍ତର୍ୟ୍ୟାମୀ ପଣ୍ଡା ନିଜ ଝିଅର ବିବାହ ପାଇଁ ଜିନିଷ ପତ୍ର ସୁନା ଗହଣା ରଖିଥିଲେ । ସବୁ କିଛି ପୋଡି ପାଉଁଶ ହୋଇଯାଇଛି ।

Leave a Reply

Your email address will not be published.