ରାଜଗାଙ୍ଗପୁର ମିଡ଼ିଆ କ୍ଳବ୍ ତରଫରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ

ରାଜଗାଙ୍ଗପୁର, (ନାଗରାଜ ନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସହରରେ ଥିବା ବିଜୁକଲ୍ୟାଣମଣ୍ଡପଠାରେ ରାଜଗାଙ୍ଗପୁର ମିଡ଼ିଆ କ୍ଳବ୍ ତରଫରୁ ବନ୍ଧୁମିଳନ ଏବଂ ନୂତନ ବର୍ଷର‌‌‌ ଅଭିନନ୍ଦନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଡ଼ିଆ କ୍ଳବ୍ ର ସଭାପତି ପ୍ରଫୁଲ୍ଲ କୁମାର ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି‌ କାର୍ୟ୍ୟକ୍ରମରେ ‌ମୁଖ୍ୟଅତିଥିଭାବେ ଆଇଓଇଉଡବ୍ଳୁଜେ ରଜାତୀୟ ସମିତି ତଥା ‌ଉତ୍କଳମେଲର ସମ୍ପାଦକ‌ ‌ ଡା‌. ପିତବାସ ମିଶ୍ର ଯୋଗଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ରାଜଗାଙ୍ଗପୁର ଏସଡିପିଓ‌ ଡକ୍ଟର ଶଶାଙ୍କ ଶେଖର ବେଉରା, ବନବିଭାଗର ରେଞ୍ଜର ପ୍ରମୋଦ ସାହୁ, ବନପାଳ ଅଶୋକ କୁମାର ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ସମାଜସେବୀ ସୋଏବ୍‌‌ ଆଲମ୍ ଓ ସମାଜସେବୀ ଏମଡୀମୋବିନ୍ ପ୍ରମୁଖ ଯୋଗଦେଇଥିଲେ । ସର୍ବପ୍ରଥମେ ସହୀଦ ପ୍ରଦୀପ ପଣ୍ଡାଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯାଇଥିଲା ।

ପରେ ମୁଖ୍ୟ ଅତିଥି ବର୍ତ୍ତମାନ ସାମ୍ବାଦିକଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରିଥିଲେ । ଦିନକୁ ଦିନ ସାମ୍ବାଦିକମାନେ ଆକ୍ରୋଶର ଶୀକାର ହେଉଥିବାରୁ‌ ସେ ଏହାର ଘୋର ବିରୋଦ୍ଧ କରିଥିଲେ । ସମସ୍ତ‌ ମିଡିଆ ବନ୍ଧୁମାନଙ୍କୁ ଏକ ହୋଇ ନିଜର କାର୍ୟ୍ୟ କରିବାକୁ ‌ସେ ‌ଅନୁରୋଧ କରିଥିଲେ । ଶେଷରେ ଅତିଥିମାନେ ମିଡ଼ିଆ କ୍ଳବ୍ ସଦସ୍ୟମାନଙ୍କୁ ଉତରିୟ ଓ ପୁଷ୍ପ ଗୁଚ୍ଛ ଦେଇ ‌ସମ୍ମାନୀତ କରିଥିଲେ । ଏହି କାର୍ଯ୍ୟକ୍ରମରେ କ୍ଳବ୍ ର ସଦସ୍ୟ ଦଶରଥ ପୋଡ, ରାମପ୍ରବେଷ ଚଉଧିରୀ, ସୁବାସ ବେହେରା, ମନୋଜ ଗଉଡ, ପୂର୍ଣ୍ଣ ଚନ୍ଦ୍ର ପାଢ଼ୀ, ତଥା କ୍ଳବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ରହି ସମ୍ମାନୀତ ହୋଇଥିଲେ ।

Leave a Reply

Your email address will not be published.