ରାସ୍ତା ବିବାଦକୁ ନେଇ ଯୁବକଙ୍କୁ ତେଣ୍ଟାରେ ଆକ୍ରମଣ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ମନ୍ଦିର ରାସ୍ତା ବିବାଦକୁ ନେଇ ଯୁବକଙ୍କୁ ଆକ୍ରମଣ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଗୋପାଳ ପୁର ଗ୍ରାମରେ । ସୂଚନା ଅନୁସାରେ ଉକ୍ତ ଗ୍ରାମର ପ୍ରାଣବନ୍ଧୁ ସ୍ୱାଇଁ ନାମକ ଜନୈକ ବ୍ୟକ୍ତି ପ୍ରାତଃ ଭ୍ରମଣ କରିବାକୁ ଯାଉଥିବା ସମୟରେରେ ଉକ୍ତ ଗ୍ରାମର ଧୀର ନାୟକ ନାମକ ଜଣେ ବ୍ୟକ୍ତି ତେଣ୍ଟା ଦ୍ୱାରା ଆକ୍ରମଣ କରିଥିଲେ । ତେବେ ଆକ୍ରମଣ ପରେ ଅଭିଯୁକ୍ତ ଫେରାର ହେବାକୁ ଯାଉଥିବା ସମୟରେ ଗ୍ରାମବାସୀମାନେ କାବୁ କରି ଗଁନ୍ଦିଆ ପୋଲିସକୁ ହସ୍ତାନ୍ତର କରିଥିଲେ । ତେବେ ଖବର ଅନୁସାରେ ଜବରଦଖଲ ରାସ୍ତାକୁ ନେଇ ପୂର୍ବରୁ ଧୀର ନାୟକ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତିକ୍ତତା ଦେଖା ଦେଇଥିଲା । ତେବେ ଉକ୍ତ ଘଟଣା ପରେ ଅଭିଯୁକ୍ତ ବୀର ନାୟକ ପ୍ରତିଶୋଧ ପରାୟଣ ହୋଇ ତାଙ୍କୁ ଆକ୍ରମଣ କରିଥିଲେ ।

ତେବେ ଏହି ଘଟଣାର ତଦନ୍ତ ପାଇଁ ଗଁନ୍ଦିଆ ପୋଲିସ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଗ୍ରାମବାସୀମାନେ ପୋଲିସ ଗାଡିକୁ ଅଟକାଇବା ସହ ଉକ୍ତ ଘଟଣାର ତଦନ୍ତ କରି ସୁ ସମାଧାନ ନ କଲେ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇବେ ବୋଳି ଅଡି ବସିଥିଲେ । ତେବେ ଅପରପାର୍ଶ୍ୱରେ ଅଭିଯୁକ୍ତ ଧୀର ନାୟକ ଅଭିଯୋଗ କରିଛନ୍ତି ପୂର୍ବ ଜମିବିବାଦକୁ ନେଇ ଗ୍ରାମବାସୀମାନେ ଢେଲା ପଥର ମାରି ତାଙ୍କ ଘର କବାଟ ଭାଙ୍ଗିବା ସହ ପାଣୁଆ ସ୍ୱାଇଁ ନାମକ ବ୍ୟକ୍ତି ତାଙ୍କ ସ୍ତ୍ରୀକୁ ଆକ୍ରମଣ କରିଛନ୍ତି । ତେବେ ଗଁନ୍ଦିଆ ଥାନା ଭାରପ୍ରାପ୍ତ ଅଧିକାରୀ ବିଷ୍ଣୁ ଚରଣ ବାରିକ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ଫଳରେ ସେମାନେ ଶାନ୍ତ ହୋଇଥିଲେ ।

Leave a Reply

Your email address will not be published.