ଲଟାବାଇଁଶିଆ ଗ୍ରାମରେ ଗଜାନନଙ୍କ ପୂଜା ସମାରୋହ ଅନୁଷ୍ଟିତ

 

ଗଁନ୍ଦିଆ, (ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକ ଅଧିନସ୍ଥ ଲଟାବାଇଁଶିଆ ଗ୍ରାମରେ କୋଭିଡ କଟକଣାକୁ ମାନି ପ୍ରଭୂ ଶ୍ରୀ ଗଜାନନଙ୍କ ପୂଜା ସମାରୋହ ଅନୁଷ୍ଟିତ ହୋଇଛି । ବିଗତ ଦୁଇ ବର୍ଷ ଧରି ମହାମାରୀ କରୋନା ସାରା ବିଶ୍ୱରେ ଆତଙ୍କ ରଚିଥିବା ହେତୁ ପୂଜା ସମାରୋହକୁ ସମ୍ପୂର୍ଣ ବନ୍ଦ କରିଥିଲା ପ୍ରଶାସନ । ହେଲେ ଚଳିତବର୍ଷ କରୋନା ସଂକ୍ରମଣ ଧୀରେ ଧୀରେ ହ୍ରାସ ପାଉଥିବା ସମୟରେ ସରକାର କରୋନା କଟକଣା ସହ ପୂଜା ସମାରୋହକୁ ଅନୁମତି ଦେଇଥିବା ବେଳେ ଦେଶର ବିଭିନ୍ନ ସ୍ଥାନରେ କୋଭିଡ କଟକଣାକୁ ମାନି ଅନୁଷ୍ଠିତ ହୋଇଛି ଗଣପତିଙ୍କ ପୂଜା ସମାରୋହ ।

 

 

ତେବେ ଏଥିମଧ୍ୟ୍ୟରେ ଅନ୍ୟ ସ୍ଥାନ ଭଳି ଲଟାବାଇଁଶିଆରେ ମଧ୍ୟ୍ୟ ଅନୁଷ୍ଠିତ ହୋଇଛି ଗଜାନନ ଙ୍କ ପୂଜା ସମାରୋହ । ତେବେ ଦୁଇ ବର୍ଷ ପରେ ବିଘ୍ନରାଜଙ୍କ ଦର୍ଶନ ପାଇ ଗ୍ରାମବାସୀ ମାନେ ଖୁବ ଖୁସିଥିବାର ଦେଖିବାକୁ ମିଳିଛି । ଖୁବ ଶ୍ରଦ୍ଧା ଏବଂ ଭକ୍ତି ପୂର୍ବକ ବିଘ୍ନରାଜ ଙ୍କ ଆବାହନ କରିବା ସହ ସାରା ବିଶ୍ୱରୁ କରୋନା ମହାମାରୀକୁ ଦୂର କରିବା ପାଇଁ ପ୍ରାର୍ଥନା କରିଛନ୍ତି ।

Leave a Reply

Your email address will not be published.