ନବବଧୂ ହତ୍ୟାର ପର୍ଦାଫାଶ କଲା ଗଁଦିଆ ପୋଲିସ

ଢେଙ୍କାନାଳ, (ନାଗରାଜ ନ୍ୟୁଜ): ନବବଧୂ ହତ୍ୟାର ପର୍ଦାଫାଶ କଲା ଗଁଦିଆ ପୋଲିସ l  ଢ଼େଙ୍କାନାଳ ଜିଲ୍ଲା ଗଁନ୍ଦିଆ ଥାନା ଅନ୍ତର୍ଗତ ଦଲାର ଗ୍ରାମର ନନ୍ଦ କିଶୋର ଦାସଙ୍କ ପୁଅ ନରେନ୍ଦ୍ର କୁମାର ଦାସ ଓରଫ ବିଷ୍ଣୁ (୨୪) ଗତ ୨୪/୦୫/୨୦୨୧ ରେ ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ମକୁଆକାଟେଣୀ ପଞ୍ଚାୟତ ଅନ୍ତର୍ଗତ ତରାଜଙ୍ଗ ଗ୍ରାମ ରେ ସଞ୍ଜୟ ଷଣ୍ଢଙ୍କ ଝିଅ ସଙ୍ଗୀତା ଷଣ୍ଢଙ୍କ ସହ ବୈଦିକ ରୀତିରେ ବିବାହ ହୋଇଥିଲା । ଵିଵାହ ସମୟରେ କୋୖଣସି ଯୌତୁକ ପାଇଁ ମନା କରିଥିଲେ ମଧ୍ୟ ପରେ ବାରମ୍ୱାର ଯୌତୁକ ନିର୍ଯାତନା ଦେବାସହ ଶେଷ ରେ ମାରି ଟାଙ୍ଗୀ ଦେଇଥିବା ସଙ୍ଗୀତାଙ୍କ ଭାଈ ସୌମ୍ୟରଞ୍ଜନ ଷଣ୍ଢ ଗଁନ୍ଦିଆ ଥାନା ରେ ଅଭିଯୋଗ କରିଥିଲେ । ଗଁଦିଆ ପୋଲିସ ୨୭/ ୦୩/୨୦୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି କରି ।୨୮ ତାରିଖ ସକାଳେ ମାଜିଷ୍ଟ୍ରେଟଙ୍କ ସହ ପୋଲିସ , ଏବଂ ସାଇଁଟିଫିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ l ପରେ ସାଇଁଟିଫିକ ରିପୋର୍ଟ ଓ ଇନଭେସ୍ଟିକେସନ ଅନୁସାରେ, ନବବଧୂ ସଂଗୀତା କୁ ହତ୍ୟା କରିଛନ୍ତି ବୋଲି ଜଣାପଡିଥିଲା, ଏବଂ ଗଁଦିଆ ପୋଲିସ ସଂଗୀତା ର ସ୍ୱାମୀ ଓ ଶଶୁର କୁ ଆରେଷ୍ଟେ କରି କୋର୍ଟ ଫରୱାଡ କରିଥିଲା ଓ ଅନ୍ୟ ଦୋଷୀ ମାନଙ୍କୁ ଖୁବ ଶୀଘ୍ର ଆରେଷ୍ଟେ କରିବ ବୋଲି ଗଁଦିଆ ପୋଲିସ କହିଛି l

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ 

Leave a Reply

Your email address will not be published.