ଡାଲଙ୍ଗ ପଞ୍ଚାୟତ ରେ ଭାରତୀୟ ଜନତା ପାର୍ଟି ତରଫରୁ ସମ୍ବର୍ଦ୍ଧନା ଉତ୍ସବ

ଖଇରା, (ନାଗରାଜ ନ୍ୟୁଜ): ଆଜି ଖଇରା ବ୍ଲକ ଅନ୍ତର୍ଗତ ୫ ନଂ ଜୋନ ଡାଲଙ୍ଗ ଗ୍ରାମପଞ୍ଚାୟତ ରେ ଜିଲାପରିଷଦ ପ୍ରାର୍ଥୀ ଇଂ ରାଜେଶ ମୋହାକୁଡ କଂ ଆହ୍ଵାନରେ ସମ୍ବର୍ଦ୍ଧନା ଉତ୍ସବ ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ପଦ୍ମଲୋଚନା ପଣ୍ଡା, ନବନିର୍ବାଚିତ ବ୍ଳକ ଅଧ୍ୟକ୍ଷl. ଅଭିଲିପ୍ସା ସାହୁ, ଜିଲାପରିଷଦ ପ୍ରାର୍ଥୀ ଇଂ ରାଜେଶ ମୋହାକୁଡ, ମଣ୍ଡଳ ସଭାପତି. ମହେଶ୍ଵର ନାଥ, ମଣ୍ଡଳ ଯୁବ ସଭାପତି. ବୈକୁଣ୍ଠ ସାମଲ, ନବନିର୍ବାଚିତ ସରପଞ୍ଚ. ଅଜୟ କୁମାର ନାୟକ, ସମିତି ସଭ୍ୟା ସୂର୍ଯ୍ୟମଣି ମହlପାତ୍ର, ନବନିର୍ବାଚିତ ସମସ୍ତ୍ ୱାର୍ଡ ସଭ୍ଯ, ଭାରତୀୟ ଜନତା ପାର୍ଟି ର କର୍ମକର୍ତ୍ତା ଓ ବହୁ ଜନସାଧାରଣ ଉପସ୍ଥିତ ରହି ସହଯୋଗ କରିଥିଲେ. ଏହି କାର୍ଯ୍ୟକ୍ରମ ରେ ନବନିର୍ବାଚିତ ଅଧ୍ୟକ୍ଷl. ଅଭିଲିପ୍ସା ସାହୁ, ପଦ୍ମଲୋଚନ ପଣ୍ଡା ଓ ଇଂ. ରାଜେଶ ମୋହାକୁଡ ଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ବକ୍ତବ୍ୟ ରେ ଆଗାମୀ ଦିନରେ ତୃଣମୂଳ ସ୍ତରରେ ଦଳକୁ ମଜବୁତ କରିବା ପାଇଁ ରଣନୀତି ଉପରେ ଆଲୋଚନା ହୋଇଥିଲା । ଏବଂ ଆଗାମୀ ଦିନରେ ଡାଲଙ୍ଗ ପଞ୍ଚାୟତର ଉନ୍ନତି ଓ ବିକାଶ ପାଇଁ ସମସ୍ତେ ଏକତ୍ରିତ ହୋଇ କାମ କରିବାପାଇଁ ସମସ୍ତେ ଦୃଢ଼ ସଂକଳ୍ପ ନେବାପାଇଁ ଇଂ. ରାଜେଶ ମୋହାକୁଡ ଅଭିଭାଷଣରେ କହିଥିଲେ ।

ବାଲେଶ୍ଵର ଖଇରାରୁ ଲୋଚନ ରାଉତଙ୍କ ରିପୋର୍ଟ

Leave a Reply

Your email address will not be published.