ଉତ୍କଳ ଦିବସ ଉପଲକ୍ଷେ ବାଲୁକା କଳା ନିର୍ମାଣ

ପୁରୀ, (ନାଗରାଜ ନ୍ୟୁଜ): ଉତ୍କଳ ଦିବସ ଉପଲକ୍ଷେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ ପୁରୀ ଲାଇଟ ହାଉସ ନିକଟସ୍ଥ ବେଳାଭୂମି ରେ ବାଲୁକା କଳା ନିର୍ମାଣ କରିଛନ୍ତି |ବନ୍ଦେ ଉତ୍କଳ ଜନନୀ ଥିମ କୁ ଆଧାର କରି ଓଡିଶା ର ପ୍ରତିଷ୍ଠା ଦିବସ ରେ ଓଡିଶା ର କଳା, ସଂସ୍କୃତି ନୈପୁଣ୍ୟ ଏବଂ ବୀରତ୍ୱ ର ଗାଥା ବଖାଣୁଛନ୍ତି ବାଲୁକା କଳା ମାଧ୍ୟମରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ମାନସ କୁମାର ସାହୁ | ଏହି ବାଲୁକା କଳା ରେ ଓଡିଶା ର ପ୍ରସିଦ୍ଧ କୋଣାର୍କ ମନ୍ଦିର କୁ ସ୍ଥାନ ଦେବା ସହ ଓଡିଶା ର ପ୍ରସିଦ୍ଧ ଓଡିଶୀ ନୃତ୍ୟ କୁ ଅତି ସୁନ୍ଦର ଭାବରେ ଦର୍ଶାଇଛନ୍ତି | ଏହି ବାଲୁକା କଳା ଟି 8 ପୁଟ ଉଚ୍ଚତା ଏବଂ 20 ଫୁଟ ଓସାର ବିଶିଷ୍ଟ ଏଥିରେ 20 ଟନ ବାଲି ଉପଯୋଗ କରାଯାଇଛି | ଏହି ବାଲୁକା କଳା କୁ ନିର୍ମାଣ କରିବାକୁ ମାନସ ସାହୁ ଙ୍କୁ 12ଘଣ୍ଟା ସମୟ ଲାଗିଥିଲା | ସାରା ଓଡିଶାବାସୀ ଏବଂ ସମସ୍ତ ଓଡ଼ିଆ ମାନଙ୍କୁ ବନ୍ଦେ ଉତ୍କଳ ଜନନୀ ଏବଂ ଉତ୍କଳ ଦିବସ ର ଅଭିନନ୍ଦନ ଜଣାଇଛନ୍ତି ବାଲୁକା କଳା ମାଧ୍ୟ୍ୟମରେ ମାନସ ସାହୁ |

Leave a Reply

Your email address will not be published.