୧୯ତମ ବେଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ଗାନ୍ଧିଜୀ କ୍ରିକେଟ କ୍ଳବ ଚମ୍ପିୟାନ

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): ବେଗା ହାଇସ୍କୁଲ ମିନି ଷ୍ଟାଡିଅମ ପରିସରରେ ଉଦଯାପିତ ହୋଇଯାଇଛି ୧୯ତମ ବେଗା କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଏହି ଟୁର୍ଣ୍ଣାମେଣ୍ଟ କୁ ଶିକ୍ଷାବିତ ଚନ୍ଦ୍ରଶେଖର କାନୁନଗୋ ଓ ପୂର୍ବତନ ସରପଞ୍ଚ ପ୍ରଦୀପ କୁମାର ଦାସ ମୁଖ୍ୟଅତିଥି ଭାବେ ଉଦଘାଟନ କରିଥିବା ବେଳେ ଗ୍ରାଣ୍ଡ ଫାଇନାଲରେ ପୂର୍ବତନ ବେଗା ପଞ୍ଚାୟତର ଯୁବ ସରପଞ୍ଚ ପ୍ରଦୀପ କୁମାର ଦାସଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଜୟୀ ଓ ରନର୍ସ ଦଳକୁ ଢେଙ୍କାନାଳ ସାଂସଦ ମହେଶ ସାହୁ ଟ୍ରଫି ପ୍ରଦାନ କରିଥିଲେ । ସଙ୍ଗଠନର ଡାଇରେକ୍ଟର ଟଙ୍କଧର ବାରିକ, ବଡ଼ଚଣା ବ୍ଲକର ଯୁବ ସମାଜସେବୀ ରଶ୍ମିରଂଜନ ମହାନ୍ତି, ବରିଷ୍ଠ ସାମ୍ବାଦିକ ଜିତେନ୍ଦ୍ର ପଟ୍ଟନାୟକ, ବେଗାପଞ୍ଚାୟତ ନାଏବ ସରପଞ୍ଚ ଅଞ୍ଜନ ପାଢ଼ୀ ଓ ସମାଜସେବୀ ସୁରଜ ମହାନ୍ତି ଉପସ୍ଥିତ ଥିଲେ । ଗ୍ରାଣ୍ଡଫାଇନାଲ ମ୍ୟାଚରେ ରଘୁନାଥ ଜୀଉ କ୍ରିକେଟ କ୍ଳବ କଳକଳା ଓ ଗାନ୍ଧିଜୀ କ୍ରିକେଟ କ୍ଳବ ବେଗା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।

ଏହି ମ୍ୟାଚରେ ଗାନ୍ଧିଜୀ ଟିମ ପ୍ରଥମେ ବ୍ୟାଟିଂ କରି ୧୫ ଓଭରରେ ୬ୱାଇକେଟ ହରାଇ ୧୫୪ ରନ କରିଥିବା ବେଳେ କଳକଳା ସମସ୍ତ ଉଇକେଟ ହରାଇ ୬୯ରନ କରିବାକୁ ସକ୍ଷମ ହୋଇଥିଲା । ଗାନ୍ଧିଜୀ କ୍ରିକେଟ କ୍ଳବର ଆଶିଷ ଦାସ ମ୍ୟାନ ଅଫ ଦି ଫାଇନାଲ ଓ ରଶ୍ମିରଂଜନ ମହାନ୍ତି ମ୍ୟାନ ଅଫ ଦି ସିରିଜ ହୋଇଥିଲେ । ଏହି ଖେଳକୁ ସୌଭାଗ୍ୟ ବେହୁରା ଓ ବିକାଶ କୁମାର ନାଏକ ପରିଚାଳନା କରିଥିବା ବେଳେ ଲିଙ୍ଗରାଜ କବି ପରିଚାଳନାରେ ସହଯୋଗ କରିଥିଲେ ।

Leave a Reply

Your email address will not be published.