ରନ୍ଧନ ଗ୍ୟାସର ଦର ବୃଦ୍ଧି ପ୍ରତିବାଦରେ ଗଁନ୍ଦିଆ ବିଜେଡିର ପ୍ରତିବାଦ ସଭା

ଢେଙ୍କାନାଳ, (ନାଗରାଜ ନ୍ୟୁଜ ): କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଦର ବୃଦ୍ଧିକୁ ବିରୋଧ କରି ବିଜୁ ଜନତା ଦଳ ପକ୍ଷରୁ ଓଡିଶାର ସମସ୍ତ ୩୧୪ ବ୍ଲକ ଏବଂ ମୁନସିପାଲଟି କାର୍ଯ୍ୟାଳୟରେ ପ୍ରତିବାଦ ସଭା ଅନଷ୍ଠିତ ହେଉଛି । ଏହି ପରିପେକ୍ଷିରେ ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ବ୍ଲକରେ ଆଜି ମହିଳା ଓ ଛାତ୍ର ଯୁବ ଜନତା ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ଗଁନ୍ଦିଆ ବିଜୁ ଯୁବ ଜନତା ଦଳର ସଭାପତି ପ୍ରଦୀପ କୁମାର ରାଉତଙ୍କ ନେତୃତ୍ୱରେ ଅନୁଷ୍ଠିତ ଉକ୍ତ ପ୍ରତିବାଦ ସଭାରେ ଗଁନ୍ଦିଆ ବ୍ଲକ ଅଧ୍ୟକ୍ଷା ଗୀତାରାଣୀ ଭୂୟାଁ, ଜିଲ୍ଲା ମହିଳା ମୋର୍ଚ୍ଚା କାର୍ଯ୍ୟକାରୀ ସଭାନେତ୍ରୀ ରୁବି ବିଶ୍ୱାଳ, ବ୍ଲକ ମହିଳା ମୋର୍ଚ୍ଚା ସଭାନେତ୍ରୀ ସରପଞ୍ଚ ଶୁଭଦର୍ଶିନୀ ପରିଡ଼ା ଓ ଛାତ୍ର ଜନତା ସଭାପତି ବିଶ୍ଵମୋହନ ସାହୁଙ୍କ ସମେତ ଶତାଧିକ ମହିଳା ବ୍ଲକ ଆଗରେ ଏକତ୍ରିତ ହୋଇ ଶୋଭାଯାତ୍ରାରେ ଆସି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଜରିଆରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।

Leave a Reply

Your email address will not be published.