ଏସସିବିର ପ୍ଲାଟିନମ ଜୁବୁଲିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

କଟକ, (ନାଗରାଜ ନ୍ୟୁଜ ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ହସ୍ପିଟାଲର ପ୍ଲାଟିନମ ଜୁବୁଲି ଉତ୍ସବରେରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ । ଏ ନେଇ ସ୍ପଷ୍ଟ କରିଛନ୍ତି ଏସସିବି ମେଡିକାଲ କଲେଜର ପ୍ରିନସ୍ସପାଲ ଡା. ଦତ୍ତେଶ୍ୱର ହୋତା । ଆସନ୍ତା ୨୬ ତାରିଖ ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ଲାଟିନମ ଜୁବୁଲିରେ ଭର୍ଚୁଆଲରେ ଯୋଗ ଦେଇ ଉଦଘାଟନ କରିବେ । ଏଥିପାଇଁ ଏସସିବି ମେଡିକାଲକୁ ସହମତି ପ୍ରକାଶ କରିଛନ୍ତି । ୨୬ରେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲରେ ଯୋଗ ଦେଉଥିବା ବେଳେ ୨୭ ସନ୍ଧ୍ୟାରେ ଯୋଗ ଦେବେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ।

ଏହି ପ୍ଲାଟିନମ ସମାରୋହରେ କୃତି ବା ରାଜ୍ୟ ତଥା ଦେଶ ପାଇଁ ସୁନାମ ଅର୍ଜନ କରିଥିବା ଡାକ୍ତରମାନଙ୍କୁ ନିମନ୍ତ୍ରିତ କରାଯିବ। ଆଉ ତାଙ୍କ ଠାରୁ ଜ୍ଞାନ ଆହରଣ ମଧ୍ୟ କରାଯିବ ପାଇଁ ଲକ୍ଷ୍ୟ ରଖାଯାଇଛି । ଏହି ସମାରୋହରେ ବିଭିନ୍ନ ବିଭାଗର ଡାକ୍ତର ପ୍ରଫେସର ଉପସ୍ଥିତ ରହି ଉତ୍ସବକୁ ସଫଳ କରିବା ପାଇଁ ନିବେଦନ କରାଯାଇଛି । ତେବେ ଆଗକୁ ଏସସିବି ମେଡିକାଲ କଲେଜ ଏମ୍ସ ପ୍ଲସ ହସ୍ପିଟାଲରେ ପରିଣତ କରିବାକୁ ରାଜ୍ୟ ସରକାର ଯେଉଁ ପ୍ରକାଶ ଉଦ୍ୟମ ଜାରି ରଖିଛନ୍ତି ଏ ବିଷୟରେ ପ୍ଲାଟିନମ ଉତ୍ସବରେ ପରିପ୍ରକାଶ କରାଯିବ ବୋଲି ଏସସିବି ମେଡିକାଲ ପରିସରରେ ଏକ ପ୍ରେସମିଟରେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published.