ଜାତୀୟ ପ୍ରେସ ଦିବସ ପାଳନ କଲା ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଗଁଦିଆ ଡ଼ିଜିଟାଲ ମିଡ଼ିଆ କାର୍ଯ୍ୟାଳୟ ରେ ଜାତୀୟ ପ୍ରେସ ଦିବସ ପାଳିତ ହୋଇଯାଇଛି |ଆସୋସିଏସନ ର ସଭାପତି ପ୍ରଦୀପ କୁମାର ଦାସ ଙ୍କ ସଭାପତିତ୍ୱ ରେ ସମ୍ପାଦକ ବାଦଲ ମହାନ୍ତି ,ସହ ସମ୍ପାଦକ ସୋମ୍ୟରଞ୍ଜନ ମହାନ୍ତି ,କୋଷାଦକ୍ଷ ଅକ୍ଷୟ ପାତ୍ର ,ସାମ୍ବାଦିକ କାମାକ୍ଷା ପ୍ରସାଦ ବିହାରୀ ,ମନୋଜେ ନାୟକ ,ରାକେଶ ବେହେରା ,ଧୂର୍ବାନନ୍ଦ ନାୟକ , ପ୍ରମୁଖ ଯୋଗ ଦେଇ ଜାତୀୟ ପ୍ରେସ ଦିବସ କୁ କେକ କାଟିବା ସହିତ ସମାଜ ପାଇଁ ଗଣାମଧାମ ଶୀର୍ଷକ ଆଲୋଚନା ଚକ୍ର ଉତ୍ସବ ମୁଖର କରିଥିଲେ ,ଆପଣ ମାନେ ଜାଣି ଖୁସି ହେବେ ଭାରତରେ ଖବରଦାତାଙ୍କ ସ୍ବାଧୀନତାକୁ ସୁରକ୍ଷା ଦେବା ଏବଂ ସାମ୍ବାଦିକତାରେ ଉଚ୍ଚ ମାନର ଲକ୍ଷ୍ୟ ରଖି, ୪ ଜୁଲାଇ ୧୯୬୬ରେ ଏକ ପ୍ରେସ କାଉନସିଲ ଗଠିତ ହୋଇଥିଲା । ୧୬ ନଭେମ୍ବର ୧୯୬୬ ରୁ ଏହାର ଆଇନଗତ କାର୍ଯ୍ୟ ଆରମ୍ଭ କରିଥିଲା। ସେବେଠାରୁ ଦେଶରେ ନଭେମ୍ବର ୧୬କୁ ପ୍ରତିବର୍ଷ ଜାତୀୟ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଇଆସୁଛି ।

ଏହି ଦିନଟି ଗଣମାଧ୍ୟମର ସ୍ବାଧୀନତା ଏବଂ ସମାଜ ପ୍ରତି ଦାୟିତ୍ୱର ପ୍ରତୀକ ଅଟେ। ଏକ ସୁସ୍ଥ ସମାଜ ଓ ସଶକ୍ତ ରାଷ୍ଟ୍ର ଗଠନ କ୍ଷେତ୍ରରେ ସାମ୍ବାଦିକ ବନ୍ଧୁ ମାନଙ୍କ ନିଷ୍ଠାପର ଉଦ୍ୟମ, ଶ୍ରମ ଓ ସାଧନା ଓ ବିଶେଷ କରି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ସୃଦୃଢ଼ ହେବାରେ ଗଣମାଧ୍ୟମର ଭୂମିକା ଗୁରୁତ୍ଵପୂର୍ଣ୍ଣ |
ଆଜି, ଜାତୀୟ ପ୍ରେସ ଦିବସ ଅବସରରେ ଗଁଦିଆ ଡ଼ିଜିଟାଲ ମିଡ଼ିଆ ଗଣମାଧ୍ୟମ ର ସବୁ ବନ୍ଧୁମାନଙ୍କୁ ଆନ୍ତରିକ ଅଭିନନ୍ଦନ, ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି |ଢେ଼ଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.