ଚତୁର୍ଥ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ, ଜଗା ୟୁନାଇଟେଡ୍ ୪-୦ରେ ବିଜୟୀ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଷ୍ଟାଡିୟମ ଠାରେ ଚତୁର୍ଥ ସର୍ବଭାରତୀୟ ନିମନ୍ତ୍ରିତ ଫୁଟବଲ ଟୁର୍ଣ୍ଟାମେଣ୍ଟ ବୁଧବାର ଦିନ ଉଦଘାଟିତ ହୋଇଯାଇଛି । ଉଦଘାଟନୀ ମ୍ୟାଚରେ ଜଗା ୟୁନାଇଟେଡ ଭୁବନେଶ୍ୱର ଢେଙ୍କାନାଳର ମା ମଙ୍ଗଳା କ୍ଲବକୁ ୪-୦ଗୋଲରେ ହରାଇ ପରବର୍ତ୍ତି ପର୍ଯ୍ୟାୟକୁ ଉନ୍ନିତ ହୋଇଛି । ଓଡିଶା ସରକାରଙ୍କ କ୍ରୀଡା ଏବଂ ଯୁବ ବ୍ୟାପାର ବିଭାଗ,ଜିଲ୍ଲା ଆଥଲେଟିକ ଆସୋସିଏସନ ତରଫରୁ ବୁଧବାର ଠାରୁ ଚତୁର୍ଥ ସର୍ବଭାରତୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବାକୁ ଯାଉଛି । ସ୍ୱର୍ଗତଃ ଅଧିକାରୀ ସାମଲ ମେମୋରିଆଲ ଟ୍ରଷ୍ଟତରଫରୁ ଆୟୋଜିତ ଏହି ଟୁର୍ଣ୍ଣାମେଣ୍ଟ ବୁଧବାର ଠାରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁରହିବ । ଉଦଘାଟନୀ ଉତ୍ସବରେ ରାଜ୍ୟସରକାରଙ୍କ କ୍ରୀଡା ଏବଂ ଯୁବବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ସରୋଜ କୁମାରସେଠୀ, ଡେପୁଟି କଲେକ୍ଟର ରମେଶ ଚନ୍ଦ୍ର ସେଠୀ, ଆଇପିଇ ଜ୍ୟୋତି ପ୍ରାସଦ ପରିଡା,ଜିଲ୍ଲା କ୍ରୀଡାଧିକାରୀ ନଳିନୀ କୁମାର ଦାସ ଯୋଗଦେଇଥିଲେ ।

ବୁଧବାର ଅନୁଷ୍ଠିତ ମ୍ୟାଚରେ ଭୁବନେଶ୍ୱର ଜଗା ୟୁନାଇଟେଡ ଏବଂ ଢେଙ୍କାନାଳର ମଙ୍ଗଳା କ୍ଲବ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଏହି ଖେଳରେ ଭୁବନେଶ୍ୱର ୪-୦ ଗୋଲରେ ବିଜୟୀ ହୋଇଛି । ଦଳ ତରଫରୁ ଗୁମାନସିଂ ଗୋଟିଏ,ବୋରିସ ଗୋଟିଏ ଏବଂ ପେଟରାଇ ଦୁଇଟି ଗୋଲ ଦେଇ ଦଳକୁ ବିଜୟୀ କରିଥିଲେ । ଆଜିର ଖେଳକୁ ରେଫରୀ ଭାବରେ ଅରୁଣ ନାୟକ,ଜ୍ୟୋତିରଞ୍ଜନ ସ୍ୱାଇଁ, ଶଶିକାନ୍ତ ଦାସିଆ, ଅନିଲ ପ୍ରସାଦ ନାୟକ ପ୍ରମୁ୍ଖ ପରିଚାଳନା କରିଥିଲେ । । ଜିଲ୍ଲା କୀ୍ରଡା ସଙ୍ଘ ତରଫରୁ ଉପସଭାପତି ପ୍ରେମାନନ୍ଦ ବିହାରୀ, ସହସମ୍ପାଦକ ଅଭିଜିତ ମିଶ୍ର,ସଭ୍ୟ ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ । ଗୁରୁବାରଦିନ ସନରାଇଜ କ୍ଲବ କଟକ ଏବଂ ୟୁନାଇଟେଡ କ୍ଲବ ବିହାର ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଜଣାପଡିଛି ।

ଢେଙ୍କାନାଳରୁ ସୌମ୍ୟ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ

Leave a Reply

Your email address will not be published.