ଗଁଦିଆ ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ଅନୁଷ୍ଠିତ

ଢେଙ୍କାନାଳ,(ନାଗରାଜ ନ୍ୟୁଜ): ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଗଁଦିଆ ପାଟଣା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ର19ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସାଂସଦ ମହେଶ ସାହୁ ସଂମାନିତ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତ ଚରଣ ଶତପଥୀ ପ୍ରମୁଖ ଯୋଗଦାନ କରିଥିଲେ ପ୍ରଥମେ ଅତିଥି ଙ୍କ ଦ୍ୱାର ମା ସରସ୍ଵତୀ ଙ୍କର ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉକ୍ତ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ସଭା ଆରମ୍ଭରେ ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଛାୟାକାନ୍ତ ସାହୁ ଉପସ୍ଥିତ ଅତିଥି ମାନଙ୍କର ସ୍ୱାଗତ କରିବା ସହିତ ପରିଚୟ ପ୍ରଦାନ କରିଥିଲେଏହାପରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀବତ୍ସ କୁମାର ରାଉତ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିବା ସହିତ ଦୀର୍ଘ19ବର୍ଷ ଧରି ବହୁ ବାଧା ବିଘ୍ନ ଦେଇ ଆଜି ଏହି ଜାଗାରେ ଏହି ଅନୁଷ୍ଠାନ ପ୍ରତିଷ୍ଠା ହୋଇ ପାରିଛି ଏଥିପାଇଁ ଯେଉଁ ମାନେ ଅଦ୍ୟମ ପ୍ରଚେଷ୍ଟା କରିଥିଲେ ସେମାନଙ୍କୁ ବିଦ୍ୟାଳୟ ତରଫରୁ ସେ ଧନ୍ୟବାଦ ଅର୍ପଣ କରିଥିଲେ ବିଦ୍ୟାଳୟର ପୂର୍ବତନ ସମ୍ପାଦକ ଆମ୍ବୁଜ କୁମାର ସାହୁ ନିଜର ମତ ପ୍ରକାଶ କରି ଏଠାରେ9ମଓ ଦଶମ ଶ୍ରେଣୀ ଖୋଲିବା ନିମନ୍ତେ ମୁଖ୍ୟ ଅତିଥି ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଅନ୍ୟ ସଂମାନିତ ଅତିଥି ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅନନ୍ତ ଚରଣ ଶତପଥୀ ନିଜର ଅଭିଭାଷଣରେ ଉପସ୍ଥିତ ସମସ୍ତ ଅତିଥି ଓ ଅଭିବାବକ ମାନଙ୍କୁ ବିଦ୍ୟାଳୟ ତରଫରୁ ସ୍ୱାଗତ ଜଣାଇଥିଲେ ଓ ବିଦ୍ୟାଳୟର ବିଭିର୍ଣ୍ଣ ସମସ୍ୟା ଉପରେ ମୁଖ୍ୟ ଅତିଥି ଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ଏହାପରେ ମୁଖ୍ୟ ଅତିଥି ଶ୍ରୀ ସାହୁ ନିଜର ଭାଷଣରେ ମତବ୍ୟକ୍ତ କରି ସେ ସେହି ମହାନ ସାଧକ ସ୍ୱାମୀ ବିବେକାନନ୍ଦ ଙ୍କର ଉକ୍ତି କୁ ଉଦ୍ଧାର କରି କହିଥିଲେ ଆଜିର ଶିଶୁ କାଲିର ନାଗରିକ ନୁହେଁ ajir ଶିଶୁ ଆଜିର ନାଗରିକ ଅଟେ ଜଣେ ସଚ୍ଚା ନାଗରିକ ଭାବରେ ନିଜର ଦେଶ ପାଇଁ ନିଜଠାରେ ଦେଶପ୍ରୀତି ସୃଷ୍ଟି କରିବା ସହିତ କର୍ତ୍ତବ୍ୟ ତ୍ୟାଗ ସଂକଳ୍ପ ଯାହାକି ଦେଶ ସେବାର ଗଠନ କ୍ଷେତ୍ରରେ ପୃଷ୍ଠ ଭୂମି ହୋଇପାରିବ ଯାହାକି କେବଳ ଏହି ଭଲ ମଣିଷ ତିଆରି କାରଖାନା ଅର୍ଥାତ ଏହି ପବିତ୍ର ଶିକ୍ଷାନୁଷ୍ଠାନ ଦ୍ୱାରା ସମ୍ଭବ ବୋଲି ସେ ମତ ବ୍ୟକ୍ତ କରିଥିଲେ ବିଦ୍ୟାଳୟର ପୂର୍ବତନ ଉପ ସଭାପତି ନିର୍ମଳ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ଶେଷରେ ଉକ୍ତବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା .

ଢେଙ୍କାନାଳ ରୁ ସୌମ୍ୟ ରଞ୍ଜନ ମହାନ୍ତି ଙ୍କ ରିପୋର୍ଟ ନାଗରାଜ ନିୟୁଜ

Leave a Reply

Your email address will not be published.