ଚୋରି ହୋଇଥିବା ମୋବାଇଲ ଗାଡିକୁ ଖୋଜି ଆଣି ଫେରାଇଲା କମିଶନରେଟ ପୋଲିସ

କଟକ,(ନାଗରାଜ ନ୍ୟୁଜ): ଚୋରି ହୋଇଥିବା ମୋବାଇଲ ଗାଡି କୁ ଖୋଜି ଆଣି ଫେରାଇଲା କମିଶନରେଟ ପୋଲିସ। କଟକ ର ବିଭିନ୍ନଥାନା ପୋଲିସ 180 ଟି ମୋବାଇଲ 20 ଟି ମଟର ସାଇକେଲ, ସୁନା ଅଳଙ୍କାର, ଏବଂ 5 ଟି ସାଇକେଲ କୁ ଜବତ କରିଥିଲା । ଚୋରି ମୋବାଇଲ ଏବଂ ଅନ୍ୟାନ୍ୟ ଦେଶ ଯେଉଁମାନଙ୍କ ର ଚୋରି ହୋଇଥିଲା ସେମାନଙ୍କୁ ଫେରାଇଛି ପୋଲିସ।କଟକ ସହର ର ବିଭିନ୍ନ ସ୍ଥାନ ରୁ ଚୋରି ଏହି ମୋବାଇଲ ଏବଂ ଗାଡି ଲୁଟ କରି କଟକ ଜିଲ୍ଲା ବାହାର କୁ ଚାଲି ଯାଉଥିଲେ । ପୋଲିସ ନିକଟରେ ମାମଲା ରୁଜୁ ହେବା ପରେ ପୋଲିସ ସେମାନଙ୍କୁ ଟ୍ରାକ କରି ଧରିବା ରେ ସଫଳ ହୋଇଛି । ସମସ୍ତ ଲୁଟେରା ଙ୍କୁ ପୋଲିସ ଧରି କୋର୍ଟଚାଲଣ କରିବା ଶହ ଲୁଟ ମୋବାଇଲ ଗାଡି ଏବଂ।ଅଳଙ୍କର ଜବତ କରିଥିଲା । ଲୁଟ ମୋବାଇଲ ଗାଡି କୁ ଲୁଟେରା ମାନେ ନେଇ କମ ଟଙ୍କା ରେ ବିକ୍ରି କରୁଥିଲେ । ତେବେ ଦୀର୍ଘ ଦିନ ପରେ ଚୋରି ହୋଇଥିବା ନିଜ ନିଜ ଜିନିଷ ପାଇ ଖୁସି ଜାହିର କରିଛନ୍ତି ଲୁଟ ଶିକାର ହୋଇଥିବା ଲୋକମାନେ ।

Leave a Reply

Your email address will not be published.